ଏସି ମରାମତି ନାଁରେ ୯୨ ହଜାର ଟଙ୍କା ନେଇଗଲା ସାଇବର ଠକ

ଭୁବନେଶ୍ୱର: ଏସି ମରାମତି ନାଁରେ ୯୨ ହଜାର ଟଙ୍କା ଚୁନ ଲଗାଇ ଦେଲେ ସାଇବର ଠକ । ଏନେଇ ଭୁବନେଶ୍ୱରରେ ରହୁଥିବା ଜଣେ ସରକାରୀ କର୍ମଚାରୀ ସାଇବର ଥାନାରେ ଅଭିଯୋଗ କରିଛନ୍ତି । ଅନଲାଇନ୍ ରେ ଏସି ମରାମତି ସାଇଟ୍ ଖୋଜି ସାହାର୍ଯ୍ୟ ପାଇବାକୁ ଉଦ୍ୟମ କରୁଥିବା ବେଳେ କିଛି ସେକେଣ୍ଡରେ ଆକାଉଣ୍ଟରେ ଚୂନ ଲଗାଇ ଦେଲେ ସାଇବର ଠକ ।

ଲିଙ୍କ ପଠାଇ ରେଜିଷ୍ଟେସନ କରିବାକୁ କହିଥିଲେ ସାଇବର ଠକ ଏହାପରେ ସଙ୍ଗେ ସଙ୍ଗେ ଟଙ୍କା କଟିଯାଇଥିଲା ।ତେବେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ସାଇବର ଥାନା ପୋଲିସ୍ ।

ସୁଚନା ଅନୁସାରେ ରାଜ୍ୟରେ ଧିରେ ଧିରେ ଅନଲାଇନ୍ ଠକେଇ ବଢୁଥିବା ବେଳେ ଏହାର ଶିକାର ହେଉଛନ୍ତି ସାଧାରଣ ଲୋକମାନେ । ଯାହାଫଳରେ ଆଖି ପିଛୁଳାକେ କଟିଯାଉଛି ଲକ୍ଷେ ଲକ୍ଷେ ଟଙ୍କା ।

nis-ad
Leave A Reply

Your email address will not be published.