‘ବିଶ୍ୱ ଯୁବା କୌଶଳ ଦିବସ-୨୦୨୨’ ପାଳିତ

ଭୁବନେଶ୍ୱର : ବିଶ୍ୱ ଯୁବା କୌଶଳ ଦିବସ ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଦିବସର ପ୍ରସଙ୍ଗକୁ କେନ୍ଦ୍ର କରି ୯୦ ସେକେଣ୍ଡର ଭେଲ୍ଫି ପ୍ରତିଯୋଗିତା କରି ଉତ୍କଳ ବିଶ୍ୱବିଦ୍ୟାଳୟ ତରଫରୁ ଏହି କାର୍ଯ୍ୟକ୍ରମଟିକୁ ଆୟୋଜନ ତଥା ପରିଚାଳନା କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ପ୍ରଫେସସର ସବିତା ଆଚାର୍ଯ୍ୟ, କୁଳପତି, ଉତ୍କଳ ବିଶ୍ୱବିଦ୍ୟାଳୟ, ମୁଖ୍ୟ ବକ୍ତା ଭାବେ ଶ୍ରୀ ସଞ୍ଜୟ ଶ୍ରୀବାସ୍ତବ, ସି. ଇ. ଓ., ସ୍କିଲ ଡେଭେଲପମେଣ୍ଟ ଇନସ୍ଟିଟ୍ଵିଟ, ଭୁବନେଶ୍ୱର, ଡ଼. ଦୁର୍ଗା ଶଙ୍କର ପଟନାୟକ, ଚେୟାରମ୍ୟାନ ପି. ଜି. କାଉନସିଲ, ଡ଼. ପ୍ରବୋଧ କୁମାର ହୋତା, ବାଣିଜ୍ୟ ବିଭାଗ ମୁଖ୍ୟ, ପ୍ରଫେସର ସୁଶାନ୍ତ କୁମାର ବଡ଼ମାଳି ରୂସା ୨.୦ ସଂଯୋଜକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ପ୍ରଫେସର ସୁଶାନ୍ତ କୁମାର ବଡ଼ମାଳି ସମସ୍ତଙ୍କୁ ସ୍ୱାଗତ ସମ୍ବର୍ଧନା କରିଥିଲେ ଏବଂ ସମସ୍ତ ସମ୍ମାନନୀୟ ଅତିଥି ମାନଙ୍କୁ ତାଙ୍କର ବକ୍ତ୍ୟବ ରଖିବାକୁ ଅନୁରୋଧ କରିଥିଲେ ।

କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ, କୌଶଳ ଜ୍ଞାନ ନେଇ କେହି ଜନ୍ମ ହୋଇ ନଥାଏ କିନ୍ତୁ ସମସ୍ତେ କୌଶଳତାକୁ ଶିଖି, ଅଭ୍ୟାସ କରି ନିଜ ନିଜ କେରଇର ରେ ସକ୍ଷମ ହୋଇ ଉନ୍ନତି କରିପାରିବେ ବୋଲି ଉପସ୍ଥିତ ସମସ୍ତ ଛାତ୍ର ଛାତ୍ରୀଙ୍କୁ କହିଥିଲେ । ରୂସା ୨.୦ ଆଉଟରୀଚ ଓ ୟୁ. ଇ. ସି. ଏଚ., ତରଫରୁ କୁଶଳୀ ଜ୍ଞାନ ଓ ତାହାର ଶିକ୍ଷା ଏବଂ ଉନ୍ନତି ପଦକ୍ଷେପ ସବୁ କେମିତି ସଚେତନ ପାଇ ପାରିବ ତାହା ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ର ଛାତ୍ରୀ ତଥା ବିଶ୍ୱବିଦ୍ୟାଳୟର ତିନି ସହରୁ ଉର୍ଦ୍ଧ୍ୱ କଲେଜ ପିଲାଙ୍କ ପାଇଁ କାର୍ଯ୍ୟକ୍ରମ ଆୟୋଜନ କରି ଆସୁଅଛି ଓ ଅନେକ ଆଗକୁ ଯୋଜନା ଅଛି ବୋଲି ନିଜ ବକ୍ତବ୍ୟ ରଖିଥିଲେ । ମୁଖ୍ୟ ବକ୍ତା ଶ୍ରୀ ସଞ୍ଜୟ ଶ୍ରୀବାସ୍ତବ ନିଜର ମତ ରଖି “କୌଶଳ ଭାରତ ହିଁ କୁଶଳୀ ଭାରତ । ଶିଖିବା ଓ ବଞ୍ଚିବା ଏକା ସାଙ୍ଗରେ ଆଗକୁ ବଢିବା ଦରକାର ଏବଂ ଯୁବାବସ୍ଥାରେ ଶିଖିବା, ବଞ୍ଚିବା ଓ କୁଶଳୀ ହେବା ଏହି ସମସ୍ତ ଗୁଣକୁ ବିକାଶ କରିବା ଦରକାର” କହିଥିଲେ ।

‘ଯୁବା’ ଓ ‘କୌଶଳ’ ଏହି ଦୁଇ ଶବ୍ଦ ପରସ୍ପର ସହ ଓତପ୍ରତ ଭାବେ ଜଡିତ । ଯୁବକ ଯୁବତୀ ମାନଙ୍କୁ ନିଜର ଅନ୍ତର୍ନିହିତ କଳାକୁ ଖୋଜିବା, ତାକୁ ବିକଶିତ କରିବା ଓ ତାହା ସମାଜର ଉନ୍ନତିରେ ଲଗାଇବା ଜରୁରୀ ବୋଲି ଡ଼. ଦୁର୍ଗା ଶଙ୍କର କହିଥିଲେ । ସମସ୍ତ ଶିକ୍ଷା ଅନୁଷ୍ଠାନ ଯେପରି ଏହି କୌଶଳ ଜ୍ଞାନର ଶିକ୍ଷା ଉପରେ ଗୁରୁତ୍ୱ ଦେବା ଦରକାର ଏବଂ ଏହି ଛୋଟ ଛୋଟ କୁଶଳତା ହିଁ ଛାତ୍ର ଛାତ୍ରୀ ମାନଙ୍କର ଭବିଷତକୁ ଉଜ୍ବଳ ଓ ସେମାନଙ୍କୁ ଉପର୍ଯ୍ୟାନକ୍ଷମ ଏବଂ ଯୋଗ୍ୟ ବନାଇ ପାରିବ ବୋଲି ଡ଼. ପ୍ରବୋଧ କୁମାର ହୋତା ନିଜର ବକ୍ତବ୍ୟ ରଖିଥିଲେ ।

ୟୁ. ଇ. ସି. ଏଚ., ତରଫରୁ ବିଶ୍ୱ ଯୁବା କୌଶଳ ଦିବସ ଉପଲକ୍ଷେ ଭେଲ୍ଫି ପ୍ରତିଯୋଗିମାନଙ୍କ ମଧ୍ୟରୁ କୃତି ଛାତ୍ର ଛାତ୍ରୀମାନଙ୍କୁ ପୁରସ୍କାର ବଣ୍ଟନ କରାଯାଇଥିଲା । ପ୍ରାୟ ଶହେରୁ ଉର୍ଦ୍ଧ ଛାତ୍ର ଛାତ୍ରୀମାନଙ୍କର ଉପସ୍ଥିତି, ଉତ୍କଳ ବିଶ୍ୱବିଦ୍ୟାଳୟର କର୍ମକର୍ତା, ରୂସା ୨.୦ ଆଉଟରୀଚ ର ସମସ୍ତ କର୍ମକର୍ତା ଏବଂ ବିଶ୍ୱବିଦ୍ୟାଳୟର ଲୋକ ସମ୍ପର୍କ ବିଭାଗ ଦ୍ୱାରା କାର୍ଯ୍ୟକ୍ରମଟି ସୁଚାରୁ ରୂପେ ସମ୍ପାଦିତ ହୋଇଯାଇଥିଲା । ପ୍ରଫେସସର ଏ ଏ ଖାନ, ନିର୍ଦ୍ଧେଶକ, ୟୁ. ଇ. ସି. ଏଚ., କାର୍ଯ୍ୟକ୍ରମ ଆରମ୍ଭ ଓ ପରିଚାଳନା ଏବଂ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭାକୁ ସାଙ୍ଗ କରି ଥିଲେ ।

nis-ad
Leave A Reply

Your email address will not be published.