ବିଷଧର ସାପ କାମୁଡାରେ ଯୁବକର ମୃତ୍ୟ

ଭଞ୍ଜନଗର : ବିଷଧର ସାପ କାମୁଡାରେ ଯୁବକର ମୃତ୍ୟୁ । ଏମିତିଏକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ପାଲକଷଣ୍ଢା ଗ୍ରାମରେ । ମୃତ ଯୁବକ ବଳରାମ ଜେନା(୩୦) । ଏହି ଘଟଣା ଶୁକ୍ରବାର ଅପରାହ୍ନ ରେ ଘଟିଛି। ଖବର ନେବାରେ ଜଣାପଡିଛି , ବଳରାମ ନିଜ ଘର ସଫା କରୁଥିବା ସମୟରେ ଘରର ଚାଳରେ ରଖିଥିବା ବିଷଧର ସାପଟି ହଠାତ୍ ବଳରାମକୁ କାମୁଡି ଦେଇଥିଲା । ଫଳରେ ବଳରାମ ଗୁରୁତର ହେଇପଡିଥିଲେ । ସଙ୍ଗେ ସଙ୍ଗେ ଗାଉଁଳି ଝାଡଫୁଙ୍କା କରିଥିବା ବେଳେ , କୈାଣସି ସୁଫଳ ମିଳିନଥିଲା । ଯାହା ଫଳରେ ବଳରାମ ଗୁରୁତର ହେଇପଡିଥିଲେ ।ସଙ୍ଗେସଙ୍ଗେ ନିକଟସ୍ଥ ଗୋବରା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର , ବଳରାମକୁ ମୃତ ଘୋଷଣା କରିଥିଲେ । ଏହି ମୃତ୍ୟୁ ଖବର ଗାଙ୍ଗପୁର ପୁଲିସ ପାଇବା ପରେ ଗୋବରା ଡାକ୍ତରଖାନାରେ ପହଞ୍ଚି , ବଳରାମ ଶବକୁ ଜବତ କରିବା ସହ ତଦନ୍ତକରି ବ୍ୟବଛେଦ ପାଇଁ ଭଞ୍ଜନଗର ପଠାଇଥିଲେ । ଏହି ଘଟଣାକୁ ନେଇ ଗାଙ୍ଗପୁର ଥାନା କେସନଂ ୧୫/୨୨ରେ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ଥାନା ସୁତ୍ରରୁ ଜଣାପଡିଛି ।

nis-ad
Leave A Reply

Your email address will not be published.