ଉଠିଯିବ ରମାଦେବୀ କନିଷ୍ଠ ମହାବିଦ୍ୟାଳୟ

ଭୁବନେଶ୍ୱର: ରମାଦେବୀ କନିଷ୍ଠ ମହାବିଦ୍ୟାଳୟ (ହାୟର ସେକେଣ୍ଡାରୀ ସ୍କୁଲ) ୟୁନିଟ୍‌-୯ ବାଳିକା ହାଇସ୍କୁଲକୁ ଉଠିଯିବ । ସ୍କୁଲ ପରିସରରେ ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରୀମାନେ ପାଠ ପଢ଼ିବେ । ଏଥିପାଇଁ ସ୍କୁଲରେ ଜମି ଚିହ୍ନଟ ହୋଇସାରିଛି । ଖୁବ୍‌ଶୀଘ୍ର ସେଠାରେ ବିଲ୍ଡିଂ ତିଆରି ହେବ । ଏନେଇ ବିଧାନସଭା ଷ୍ଟାଣ୍ଡିଂ କମିଟି ସୁପାରିସ କରିଛି ।

ରମାଦେବୀ ବିଶ୍ୱବିଦ୍ୟାଳୟ ପରିସରରେ ବର୍ତ୍ତମାନ ରମାଦେବୀ ଯୁକ୍ତ ଦୁଇ ଛାତ୍ରୀଙ୍କ କ୍ଲାସ୍‌ ଚାଲିଛି । ବିଶ୍ୱବିଦ୍ୟାଳୟର ଗୋଟିଏ କ୍ୟାମ୍ପସ୍‌ରେ ଯୁକ୍ତଦୁଇ, ଯୁକ୍ତ ତିନି, ପିଜି ଓ ପି.ଏଚ୍‌ଡି ଛାତ୍ରୀ ପାଠ ପଢୁଛନ୍ତି । ଏହାଦ୍ୱାରା କ୍ଲାସ୍‌ କରିବାରେ ଛାତ୍ରୀଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ଗୋଟିଏ କ୍ୟାମ୍ପସ୍‌ରେ ପାଖାପାଖି ୮ ହଜାରରୁ ଅଧିକ ଛାତ୍ରୀ ପଢୁଥିବାରୁ ସକାଳ ୬ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ କ୍ଲାସ୍‌ ହେଉଛି । ଯଦି କେଉଁ ଶ୍ରେଣୀର ପରୀକ୍ଷା ଚାଲୁଛି ତ ଅନ୍ୟ ଶ୍ରେଣୀର କ୍ଲାସ୍‌ ବନ୍ଦ ହେଉଛି ।

ବିଶ୍ୱବିଦ୍ୟାଳୟ ପରିସରରୁ ଯୁକ୍ତ ଦୁଇକୁ ଅଲଗା କରିବାକୁ ଆଗରୁ ଯୋଜନା ହୋଇଥିଲା । ବର୍ତ୍ତମାନ ବିଧାନସଭା ଷ୍ଟାଣ୍ଡିଂ କମିଟି ସୁପାରିସ କରିଛି । ୟୁନିଟ୍‌ -୯ ବାଳିକା ହାଇସ୍କୁଲର ଖାଲି ସ୍ଥାନ ପ୍ରଥମ ପର୍ଯ୍ୟାୟରେ ବିଲ୍ଡିଂ ତିଆରି ହେବ । ଏଥିପାଇଁ ଜମି ଚିହ୍ନଟ ସରିଛି । ଖୁବ୍‌ଶୀଘ୍ର ବିଲ୍ଡିଂ କାର୍ଯ୍ୟ ସରିବା ପରେ ଯୁକ୍ତ ଦୁଇର ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରୀ ସେଠାରେ ଶିକ୍ଷାଗ୍ରହଣ କରିବେ । ଏହାଦ୍ୱାରା ଆଉ ଭିତ୍ତିଭୂମିକୁ ନେଇ ଅସୁବିଧା ହେବନାହିଁ ।

nis-ad
Leave A Reply

Your email address will not be published.