‘ଆଇ-ଟୁ-ୟୁ-ଟୁ’ ସମିଟିରେ ଉଦବୋଧନ ଦେଲେ ମୋଦି

ନୂଆଦିଲ୍ଲୀ: ‘ଆଇ-ଟୁ-ୟୁ-ଟୁ’ ସମିଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦବୋଧନ ଦେଇଛନ୍ତି। ଭାରତ, ଇସ୍ରାଏଲ, ଆମେରିକା ଏବଂ ୟୁଏଇର ନୂଆ ସଂଗଠନ ଆଇଟିୟୁଟୁ ଗୁରୁବାର ପ୍ରଥମ ଥର ଭର୍ଚୁଆଲ ମୋଡରେ ବୈଠକ କରିଛନ୍ତି । ପିଏମ ମୋଦୀ ଏହି ବୈଠକରୁ ସମ୍ୱୋଧିତ କରି କହିଛନ୍ତି, ଆଜିର ଏହି ପ୍ରଥମ ବୈଠକରୁ ହିଁ ଆଇ-ଟୁ-ୟୁ-ଟୁ ଏକ ସକାରାତ୍ମକ ଏଜେଣ୍ଡା ସ୍ଥାପନ କରିଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆଜିର ଏହି ପ୍ରଥମ ଶିଖର ସମ୍ମିଳନୀରୁ ହିଁ ‘ଆଇ-ଟୁ-ୟୁ-ଟୁ’ ଏକ ସକାରାତ୍ମକ ଏଜେଣ୍ଡା ପ୍ରତିଷ୍ଠା କରିଛି।
ଆମେ ଅନେକ କ୍ଷେତ୍ରରେ ଯୌଥ ପ୍ରକଳ୍ପ ଚିହ୍ନଟ କରିଛୁ, ଏବଂ ସେଥିରେ ଆଗକୁ ବଢ଼ିବା ଲାଗି ରୋଡ୍‌ ମ୍ୟାପ ମଧ୍ୟ ପ୍ରସ୍ତୁତ କରିଛୁ। ‘ଆଇ-ଟୁ-ୟୁ-ଟୁ’’ ଫ୍ରେମୱର୍କ ଅଧୀନରେ ଆମେ ଜଳ, ଇନ୍ଧନ, ପରିବହନ, ମହାକାଶ, ସ୍ୱାସ୍ଥ୍ୟ ଏବଂ ଖାଦ୍ୟ ସୁରକ୍ଷା ଭଳି ଛଅଟି ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ ଯୌଥ ନିବେଶକୁ ଆଗକୁ ବଢ଼ାଇବା ଲାଗି ସହମତ ହୋଇଛୁ।
ଏହି ସଂଗଠନରେ I2 ଇଣ୍ଡିଆ ଏବଂ ଇସ୍ରାଏଲ, U2 ଆମେରିକା ଏବଂ ୟୁଏଇ ପାଇଁ ବ୍ୟବହାର କରାଯାଉଛି । ଭାରତ ହାଇଟେକ୍ ଏବଂ ସବୁଠୁ ଅଧିକ ଚାହିଦା ଥିବା ଉତ୍ପାଦ ଅଧିକ ଉତ୍ପାଦନ କରୁଛି । ଅକ୍ଟୋବର ୨୦୨୧ରେ ଭାରତ-ଇସ୍ରାଏଲ-ଆମେରିକା-ୟୁଏଇ ମଧ୍ୟରେ ସମୁଦ୍ର ସୁରକ୍ଷା, ଡିଜିଟାଲ ଇନଫ୍ରାଷ୍ଟ୍ରକଚର ଏବଂ ପରିବହନ ପରି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଚର୍ଚ୍ଚା ହୋଇଥିଲା । ସେହି ସମୟରେ ଭାରତରେ ଅବସ୍ଥାପିତ ୟୁଏଇ ରାଷ୍ଟ୍ରଦୂତ ଏହାକୁ ୱେଷ୍ଟର୍ଣ୍ଣ କ୍ୱାଡ କହିଥିଲେ । ସେହିପରି ମୋଦି କହିଛନ୍ତି ଯେ, ଆମ ଦେଶମାନଙ୍କର ଆପୋସ ସାମର୍ଥ୍ୟ- ପୁଞ୍ଜି, ବିଶେଷଜ୍ଞତା ଏବଂ ବଜାରକୁ ଉପଯୋଗ କରି ଆମେ ଆମ ଏଜେଣ୍ଡାକୁ ଆଗକୁ ବଢ଼ାଇପାରିବ । ବିଶ୍ୱ ଅର୍ଥବ୍ୟବସ୍ଥାରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇପାରିବ ବୋଲି ମୋଦି କହିଛନ୍ତି।

nis-ad
Leave A Reply

Your email address will not be published.