କଟକ: ସିଲଭର ସିଟି କଟକର ମହାନଦୀ ହାଡିଆ ପଠାରେ ଅନୁଧ୍ୟାନ କରିଛି ଏନଜିଟି ଟିମ୍(NGT Team) । ମହାନଦୀ ଶଯ୍ୟାକୁ ବାଲିରେ ପୋତିବା ପ୍ରସଙ୍ଗରେ ଏନଜିଟିର ଏକ ୭ ଜଣିଆ ଟିମ୍ ବିସ୍ତୀର୍ଣ୍ଣ ନଦୀ ପଠାର ସରଜମିନ ତଦନ୍ତ କରିଛନ୍ତି ।
ବାଲି ପୋତା ଯାଇଥିବା ୪୨୪ ଏକର ଜାଗାର ଟିମ୍ ଅନୁଧ୍ୟାନ କରିଛନ୍ତି ଏବଂ ଉଭୟ ପ୍ରଶାସନ ଓ ଆବେଦନକାରୀଙ୍କ ସହ ଏ ସମ୍ପର୍କରେ ଆଲୋଚନା କରିଛନ୍ତି ।
ଏହି ଗସ୍ତ ସମୟରେ ଏନଜିଟି ଟିମ୍ ସହ କଟକ ଜିଲ୍ଲାପାଳ, ସିଏମସି କମିଶନର, ଜଳ ସମ୍ପଦ ବିଭାଗର ଯନ୍ତ୍ରୀ ଓ ବହୁ ଉଚ୍ଚ ପଦସ୍ତ ଅଧକାରୀ ଉପସ୍ଥିତ ଥିଲେ । ଆଜିର ଗସ୍ତ ସମୟରେ ଯେଉଁ ତଥ୍ୟ ହସ୍ତଗତ ହେବ ସେହି ରିପୋର୍ଟକୁ ଏହି ଟିମ୍ ଏନଜିଟିରେ ଦାଖଲ କରିବ ।