ଅଗଷ୍ଟ ଦ୍ୱିତୀୟ ସପ୍ତାହ ସୁଦ୍ଧା ଭଲ ସ୍ଥିତିକୁ ଆସିପାରେ ଓଡ଼ିଶା : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ଵର, ୧୩/୦୭ : ସରିଛି ରଥଯାତ୍ରା, ବଢ଼ିପାରେ ସଂକ୍ରମଣ। ରଥଯାତ୍ରା ସରିଥିବାରୁ ନିଜ ନିଜ ଅଞ୍ଚଳକୁ ଫେରିଛନ୍ତି ଜନସାଧାରଣ। ତେଣୁ ତାକୁ ନଜର ରଖାଯାଇଛି l କମ୍ୟୁନିଟିରେ ମଧ୍ୟ ପଜିଟିଭିଟି କେସ୍ ରହିଛି। ତେଣୁ ବିଭିନ୍ନ ଜିଲ୍ଲାରେ କଣ ପରିସ୍ଥିତି ରହୁଛି ତାକୁ ତର୍ଜମା କରାଯଉଛି l ଅନ୍ୟ ଲହର ପରି ସଂକ୍ରମଣ ବଢ଼ୁନାହିଁ।

ହେଲେ ଧୀର ଗତିରେ ସଂକ୍ରମଣ ବଢୁଛି l ନିୟମ ମାନିବା ସହ ଯେଉଁମାନେ ଟିକା ନେଇ ନାହାଁନ୍ତି ତୁରନ୍ତ ଟିକା ନିଅନ୍ତୁ ବୋଲି କହିଛନ୍ତି ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର l

ସ୍ୱାସ୍ଥ୍ୟ ନିର୍ଦେଶକ ପୁଣି କହିଛନ୍ତି ଯେ, ସଂକ୍ରମଣ କେତେ ବଢୁଛି, ବଢିବାର ଆକାର କଣ ? ଓ ଏହାର ଫାଟାଲିଟି କେତେ ଏହା ଉପରେ ଆମେ ସମ୍ପୂର୍ଣ୍ଣ ନଜର ରଖିଛୁ l ରାଜ୍ୟରେ ଏହି ଲହରରେ ପ୍ରଥମ କୋଭିଡଜନିତ ମୃତ୍ୟୁ ହୋଇଛି l ତେଣୁ ବେଶୀ ଅନୁସଙ୍ଗିକ ରୋଗ ଥିବା ଲୋକଙ୍କ କ୍ଷେତ୍ରରେ ଏହା ପ୍ରଭାବ ପକାଉଛି। ତେଣୁ ସେମାନେ ସଚେତନ ରହିବା ନିହାତି ଆବଶ୍ୟକ l ଅନ୍ୟ ରାଜ୍ୟରେ ଯେଉଁଭଳି କେସ୍ ଖସୁଛି ଆଗାମୀ ଅଗଷ୍ଟ ଦ୍ୱିତୀୟ ସପ୍ତାହ ସୁଦ୍ଧା ଓଡ଼ିଶା ଭଲ ସ୍ଥିତିକୁ ଆସିପାରେ ବୋଲି ଆକଳନ କରାଯାଉଛି l ତେଣୁ ବର୍ତ୍ତମାନ ଓଡ଼ିଶାରେ ଉପରମୁହାଁ ଗ୍ରାଫ୍ ରହିଛି ତେଣୁ ଏହା ବଢିଲା ପରେ ସମନ୍ତରାଳ ହୋଇ କିଛି ଦିନ ରହିବା ପରେ ଧୀରେଧୀରେ ଖସିପରେ ବୋଲି ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର।

nis-ad
Leave A Reply

Your email address will not be published.