ସ୍କୁଲକୁ ପୁଣି ଫେରିଲା କୋଭିଡ୍ କଟକଣା। ଛାତ୍ରଛାତ୍ରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ଥଣ୍ଡା, ଜ୍ୱର ହେଉଥିଲେ ସ୍କୁଲ ଆସିବା ମନା। BMC ପକ୍ଷରୁ ସମସ୍ତ ସ୍କୁଲ ମାନଙ୍କୁ ମାସ୍କ ପରିଧାନ ଓ ଟୀକାକରଣ ଉପରେ ଗୁରୁତ୍ୱ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ଖୋର୍ଦ୍ଧାରେ କରୋନା ସଂକ୍ରମଣ ବଢୁଛି। ସବୁଠାରୁ ଅଧିକ ଭୁବନେଶ୍ୱରରେ ଚିହ୍ନଟ ହେଉଛନ୍ତି। ସେଥିରୁ ୧ରୁ ୧୮ ବର୍ଷ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ। ୧୨ରୁ କମ ବୟସର ପିଲା ଟିକା ନେଇନଥିବାରୁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏହି ପଦକ୍ଷେପ ନିଆଯାଉଛି।