ମାଲକାନଗିରି, ୧୩/୦୭ : ମାଛ ଧରିବାକୁ ଯାଇ ନାଳରେ ଭାସିଗଲେ ଯୁବକ । ମାଲକାନଗିରି ଜିଲ୍ଲା କରୁକୋଣ୍ଡା ବ୍ଲକ ଅନ୍ତର୍ଗତ MV-31 ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କ ମୃତଦେହ ଉଦ୍ଧାର କରିଛି।
ସୂଚନାନୁଯାୟୀ, MV-31 ଗ୍ରାମର ଜଗନ୍ନାଥ ଗୌଡ଼ ଗ୍ରାମ ନିକଟ ନାଳକୁ ମାଛ ଧରିବାକୁ ଯାଇଥିଲେ । ହେଲେ ପ୍ରବଳ ବର୍ଷା ଯୋଗୁଁ ନାଳରେ ହଠାତ୍ ପାଣି ବଢିବା ଫଳରେ ଯୁବକ ଜଣକ ପାଣି ସୁଅରେ ଭାସି ଯାଇଛନ୍ତି । ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କ ମୃତଦେହ ଉଦ୍ଧାର କରିଛନ୍ତି।