ଲଗାଣ ବର୍ଷା ଯୋଗୁଁ ଗବରୀ ଓ ପୂର୍ଲା ରାସ୍ତାରେ ଯୋଗାଯୋଗ ବିଛିନ୍ନ, ଯାତାୟତ ବାଧାପ୍ରାପ୍ତ

ଉମରକୋଟ : ଆଜି ଦିନ ସାରା ବର୍ଷା ଯୋଗୁଁ ପୂର୍ଲା ଓ ଗବରୀ ରାସ୍ତାର ଅବସ୍ଥା ବଡ଼ ଶୋଚନୀୟ ହୋଇପଡ଼ିଛି | ଏହି ରାସ୍ତାରେ ଆଖ ପାଖ ଗାଁ ଚାଟିଗୁଡ଼ା, ପୂର୍ଲା, ଗବରୀ, କୋଦଭାଟା, ଛଟାଗୁଡ଼ା, ସନସା, ଭିକିୟା, ରତାଖଣ୍ଡୀଗୁଡ଼ା ଓ ତେଲକୋନୀୟ ଗାଁର ଯିବା ଆସିବା ବାଧାପ୍ରାପ୍ତ ହେଲା, ଏହି ଭଲି ଏକ ଦୃଶ୍ୟ ନବରଙ୍ଗପୁର ଜ଼ିଲ୍ଲା ଉମରକୋଟ ବ୍ଲକ ଅନ୍ତରଗତ ପୂର୍ଲା ଓ ଗବରୀ ମଝି ରାସ୍ତାରେ ଦେଖିବାକୁ ମିଳିଲା | ଉଲ୍ଲେଖଥାଉ କି ଏହି ରାସ୍ତାକୁ ନେଇ ଗ୍ରାମବାସୀ ଅଭିଯୋଗ କଲେ ମଧ୍ୟ କେହି ଶୁଣୁନାହାନ୍ତି l ଏହିଭଳି ବର୍ଷା ଦିନେ ରାସ୍ତାର ଅବସ୍ଥା ହେଲେ ଆଖ ପାଖ ଗାଁର ଲୋକ ମାନେ ବେଶୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ଜରୁରୀ କାଳୀନ ସମୟରେ ରୋଗୀମାନେ ହସ୍ପିଟାଲରେ ଯାଇ ପାରୁ ନାହାନ୍ତି | ଏହି ରାସ୍ତାରେ ପ୍ରଶାସନ ଏକ ପୋଲ ତିଆରି କରି ଦେଲେ ଜରୁରୀ କାଳୀନ ଜନସାଧାରଣ ଜରୁରୀକାଳୀନ ଅସୁବିଧାର ସମ୍ମୁଖୀନ ହେବାରୁ ବଞ୍ଚିଯାଆନ୍ତେ |

nis-ad
Leave A Reply

Your email address will not be published.