୨୦୨୨-୨୩ ଖରିଫ୍ ଋତୁର ଚାଷୀ ପଞ୍ଜିକରଣ ନିମନ୍ତେ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ

ଛତ୍ରପୁର (୧୨/୦୭) : ୨୦୨୨ ଆଗାମୀ ୨୦୨୨-୨୩ ଖରିଫ୍ ଋତୁର ଧାନ ଚାଷୀଙ୍କ ଠାରୁ କିଣାଯିବ । ଖରିଫ୍ ଋତୁର ଧାନ ଚାଷୀଙ୍କ ଠାରୁ ଗ୍ରହଣ କରିବା ସକାଶେ ପଞ୍ଜିକରଣ ପ୍ରକ୍ରିୟାକୁ ତ୍ବରାନ୍ବୀତ କରାଯିବ । ଏଥି ନିମନ୍ତେ ଗଞ୍ଜାମ ଜିଲ୍ଲାର ଚାଷୀଙ୍କର ଅନ୍ ଲାଇନ୍ ପଞ୍ଜିପରଣ ନିମନ୍ତେ ପ୍ରଥମ ପର୍ଯ୍ୟାୟ ପଞ୍ଜିକରଣ ପ୍ରଶିକ୍ଷଣ ମଙ୍ଗଳବାର ଓସ୍ବାନ୍ ହଲ ରେ ଅନୁଷ୍ଠିତ ହୋଇଯାଇଛି । ଓଡିଶା ସରକାର ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଙ୍କ ନିର୍ଦ୍ଦେଶ ମୁତାବକ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ପଞ୍ଜିକରଣ ପ୍ରଶିକ୍ଷଣ କାର୍ଯ୍ୟ ଆରମ୍ଭ ହୋଇଛି । ଚଳିତ ଜୁଲାଇ ମାସ ୧୫ ତାରିଖ ଠାରୁ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇ ଅଗଷ୍ଟ ୧୬ ତାରିଖ ପର୍ଯ୍ୟନ୍ତ ଆବେଦନ ଗ୍ରହଣ କରାଯିବ । ଶେଷ ମୂହୁର୍ତ୍ତକୁ ଅପେକ୍ଷା ନକରି ପଞ୍ଜିକରଣ କରାଗଲେ ପଞ୍ଜିକରଣ ନିର୍ଭୁଲ ଓ ସୁପରିଚାଳନା ହେବ ବୋଲି ଜିଲ୍ଲାପାଳ ଅବଗତ କରାଇଥିଲେ । ସମସ୍ତ ଉପ ଜିଲ୍ଲାପାଳ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀଗଣ ନିଜ ନିଜ ସ୍ତରରେ ବୈଠକ କରି ପଞ୍ଜିକରଣ ପ୍ରକ୍ରିୟାର କାର୍ଯ୍ୟ ପରିଚାଳନା କରିବେ । ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ପୁଷା ମୁଣ୍ଡାଙ୍କ ନେତୃତ୍ବରେ ପ୍ରଶିକ୍ଷକ ଗଣ, ପେକସ ସଂପାଦକ, ବ୍ଲକ୍ ଗୁଡିକର ଡି.ଇ.ଓ., ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ସଂପାଦିକା, ସମସ୍ତ କ୍ଷେତ୍ର ଅଧିକାରୀ, କୋ-ଅପରେଟିଭ୍ ନିରୀକ୍ଷକ, ଯୋଗାଣ ବିଭାଗୀୟ ନିରୀକ୍ଷକ, ସମସ୍ତ ବ୍ଲକ୍ ଯୋଜନା ସଂଯୋଜକ ମାନଙ୍କୁ ଅନ୍ ଲାଇନ୍ ପଞ୍ଜିକରଣର ପ୍ରକ୍ରିୟା ଏବଂ କିଭଳି କରିବେ ସେ ସମସ୍ତ ଦିଗ ପ୍ରତି ଅବଗତ କରାଇଥିଲେ । ୨୦୨୨-୨୩ ଖରିଫ୍ ଧାନ ସଂଗ୍ରହ ସକାଶେ ପଞ୍ଜିକରେ ନୂତନତ୍ବ ରହିଛି । ଚାଷୀ ପଞ୍ଜିକରଣ ଫର୍ମରେ ଥିବା ନୂଆ ତଥ୍ୟ ସଂଗ୍ରହ ପାଇଁ ବ୍ୟବସ୍ଥା ଓ ଅନ୍ ଲାଇନ୍ କରିବାର ପଦ୍ଧତି, ପଞ୍ଜିକରଣର ସମସ୍ତ ସରଣୀ, ସୋସାଇଟିର ଦାୟୀତ୍ବ ସମ୍ପର୍କରେ ବୁଝାଯାଇଛି । ଚଳିତ ଖରିଫ୍ ଋତୁରେ ନୂତନ ଭାବରେ ସମସ୍ତ ଚାଷୀଙ୍କ ପଞ୍ଜିକରଣ କରାଯିବ ଅର୍ଥାତ୍ କୌଣସି ଚାଷୀଙ୍କ ନବୀକରଣ କରାଯିବ ନାହିଁ । ଚାଷୀ ମାନଙ୍କ ମୋବାଇଲ୍ ନମ୍ବରକୁ ଓ.ଟି.ପି. ଆସିବ । ସେହି ଓ.ଟି.ପି. ମାଧ୍ୟମରେ ସଠିକତା ଯାଂଚ୍ କରାଯିବ । ପଞ୍ଜିକରଣ ଫର୍ମଟି ସୋସାଇଟିରେ ଚାଷୀ ଦାଖଲ କରିବା ସମୟରେ ସୋସାଇଟି ସଂପାଦକ ବା ଡି.ଇ.ଓ. ଚାଷୀଙ୍କ ଆଧାର ନମ୍ବର, ନାମ ଓ ମୋବାଇଲ୍ ନମ୍ବର ଓ.ଟି.ପି. ମାଧ୍ୟମରେ ସଠିକତା ଯାଂଚ୍ କରାଯିବ । ଶତ ପ୍ରତିଶତ ଚାଷ ହୋଇଥିବା ଜମିର ଯାଂଚ୍ କ୍ଷେତ୍ର ସ୍ତରୀୟ ତଦନ୍ତ

ଦ୍ବାରା କରାଯିବ । ଚଳିତ ବର୍ଷ ରାଜ୍ୟର ୩୦ ଗୋଟି ଜିଲ୍ଲାରେ ସାଟେଲାଇଟ୍ ମାଧ୍ୟମରେ ଧାନଚାଷ ହୋଇଥିବା ଜମିର ସଠିକତା ଯାଂଚ୍ କରାଯିବ । ଚାଷୀଙ୍କ ଠାରୁ ସୋସାଇଟି ଆଧାର କାର୍ଡ, ବ୍ୟାଙ୍କ ପାସବୁକ୍ ର ପ୍ରଥମ ପୃଷ୍ଠାର ନକଲ, ଦେଇଥିବା ଜମି ବିବରଣୀର ଆର୍.ଓ.ଆର୍. କପି, ଚାଷୀଙ୍କ ପରିବାର ବର୍ଗ ଯଥା ବାପା, ମା, ସ୍ତ୍ରୀ, ସ୍ବାମୀ, ପୁଅ, ଝିଅ, ନାତି ଇତ୍ୟାଦିଙ୍କର ଆଧାରକାର୍ଡ ନମ୍ବର ବା ରାସନ୍ କାର୍ଡ ନମ୍ବର ଦେବାକୁ ହେବ । ଯଦି ଭାଗଚାଷୀ ହୋଇଥାଆନ୍ତି ସଂପୃକ୍ତ ଜମି ମାଲିକଙ୍କ ସହମତି ପତ୍ର ସହିତ ଜମି ମାଲିକଙ୍କର ଆଧାରକାର୍ଡ ନକଲ ଓ ମୋବାଇଲ୍ ନମ୍ବର ଦେବାକୁ ହେବ ବୋଲି ପ୍ରଶିକ୍ଷଣ ବେଳେ ପ୍ରଶିକ୍ଷକ ଜଣାଇଛନ୍ତି । କେଉଁ ସବୁ ତଥ୍ୟ କୁ ଆଧାର କରି ଅନଲାଇନ୍ ପଞ୍ଜିକରଣ ଗୁଡିକ ନିର୍ଭୁଲ ଓ ସଠିକ୍ ପଞ୍ଜିକରଣ କରିବେ ସେ ସମ୍ପର୍କରେ ବୁଝାଇ ଦିଆଯାଇଛି । ଛତ୍ରପୁର ଏ.ଆର୍.ସି.ଏସ୍. ସୁକାନ୍ତ ପାଢୀ, ଭାରପ୍ରାପ୍ତ ଭଞ୍ଜନଗର ଅତିରିକ୍ତ ଯୋଗାଣ ଅଧିକାରୀ ଅସୀତ୍ ମହାନ୍ତି, ମିଶନ୍ ଶକ୍ତି ଜିଲ୍ଲା ଯୋଜନା ସଂଯୋଜକ ଶାସ୍ବତ କୁମାର ସାହୁ, ବ୍ରହ୍ମପୁର ସବ୍ ଆସିଷ୍ଟାଣ୍ଟ ରେଜିଷ୍ଟ୍ରର୍ କୋ ଅପରେଟିଭ୍ ସୋସାଇଟି ପ୍ରମୋଦ ପଣ୍ଡା, କାର୍ଯ୍ୟ ସଂପାଦନ ସହଯୋଗୀ ପ୍ରଦୀପ କୁମାର ସାହୁ, ରତିକାନ୍ତ ସାହୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ ।

nis-ad
Leave A Reply

Your email address will not be published.