ନାବାଳିକା ଛାତ୍ରୀ ହତ୍ୟା ମାମଲାରେ ଦୋଷୀକୁ ଗିରଫ ଦାବୀ

ଫୁଲବାଣୀ :-କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ଥାନା ଅନ୍ତର୍ଗତ ଗୌଡପଡାର ନବମ ଶ୍ରେଣୀ ଛାତ୍ରୀ କବିତା କହଁର ହତ୍ୟା ଘଟଣାର ଅତିଶୀଘ୍ର ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଏ ବି ଭି ପି ଦାବୀ କରିଛି l ଏ ନେଇ ଆଜି ଜିଲ୍ଲା ସହ ସଂଯୋଜିକା ରାଜନନ୍ଦୀନି ସାହାଣୀଙ୍କ ନେତୃତ୍ୱରେ ଏ ବି ଭି ପି କନ୍ଧମାଳ ଜିଲ୍ଲାର ଏକ ଚାରି ଜଣିଆ ପ୍ରତିନିଧି ମଣ୍ଡଳ କନ୍ଧମାଳ ଆରକ୍ଷୀ ଅଧିକ୍ଷକଙ୍କୁ ସାକ୍ଷାତ କରି ଏକ ଦାବି ପତ୍ର ପ୍ରଦାନ କରିଛନ୍ତି l ଯଦି ଆଗାମୀ ଦିନରେ ଦୋଷୀଙ୍କୁ ଚି଼ହ୍ନଟ କରି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନ ଯିବ ତେବେ ଏ ବିଭିପି ତରଫରୁ ଜୋରଦାର ଆନ୍ଦୋଳନ କରାଯିବ ବୋଲି କୁହାଯାଇଛି l କନ୍ଧମାଳ ଜିଲ୍ଲା ପ୍ରମୁଖ ଶିବାଶିଷ ପଣ୍ଡା, ବିଭିଗ ଏସ ଏଫ ଏସ ପ୍ରମୁଖ ଦିବ୍ୟରଞ୍ଜନ ଡାକୁଆ,ଫୁଲବାଣୀ ନଗର ସହ ସମ୍ପାଦକ ଅମିତ ବେହେରା ଆଦି ଦାବିପତ୍ର ପ୍ରଦାନ କରି ଥିଲେ l

nis-ad
Leave A Reply

Your email address will not be published.