ସରକାରୀ ସ୍କୁଲରେ ଗଣମାଧ୍ୟମ ପ୍ରବେଶ ନିଷେଧ ଆଦେଶକୁ ତୁରନ୍ତ ପ୍ରତ୍ୟାହାର କରିବା ଦାବି

ମାଲକାନଗିରି (୧୧।୭) : ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ଏକ ନିର୍ଦ୍ଧେଶନାମା ଜରିଆରେ ଗଣମାଧ୍ୟମ ପ୍ରତିନିଧି ମାନେ ବିଦ୍ୟାଳୟରେ ପ୍ରବେଶକୁ ନିଷେଧ କରିବା ଘଟଣାକୁ ନେଇ ମାଲକାନଗିରି ଜିଲ୍ଲା ସାମ୍ବାଦିକ ସଂଘ ମିଳିତ ମଞ୍ଚ ଏହାକୁ ନିନ୍ଦା କରିବା ସହ ତୁରନ୍ତ ଏହି ଆଦେଶକୁ ପ୍ରତ୍ୟାହାର କରିବା ପାଇଁ ଦାବି କରିଛନ୍ତିା ଏହି ଘଟଣାକୁ ନେଇ ସାରା ରାଜ୍ୟରେ ଗଣମାଧ୍ୟମ ପ୍ରତିନିଧି ମାନେ କ୍ଷୋଭ ପ୍ରକାଶ କରିବା ସହ ଢେଙ୍କାନାଳ ଶିକ୍ଷାଧିକାରୀ ଜାରି କରିଥିବା ନିର୍ଦେଶ ନାମାକୁ ବିରୋଧ କରିଛନ୍ତିା ତୁରନ୍ତ ଏହାକୁ ପ୍ରତ୍ୟାହାର କରିବା ପାଇଁ ଆଜି ମାଲକାନଗିରି ଜିଲ୍ଲାର ତିନୋଟି ତିନୋଟି ସାମ୍ବାଦିକ ସଂଘର ମିଳିତ ରୂପେ ସମନ୍ୱୟ କମିଟି ମଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ବିଶାଲ ସିଂଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରିବା ସହ ମାଲକାନଗିରି ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ସମସ୍ୟା ସମ୍ବନ୍ଧରେ ଆଲୋଚନା କରିଥିଲୋ ଗଣମାଧ୍ୟମ ପ୍ରତିନିଧି ମାନେ ବିଦ୍ୟାଳୟରେ ଖବର ସଂଗ୍ରହ କରିବା ସହ ଛାତ୍ରଛାତ୍ରୀ ମାନଙ୍କୁ ଅନେକ ସମୟରେ ସାଧାରଣ ଜ୍ଞାନ, ଶିକ୍ଷା, ସ୍ୱାସ୍ଥ୍ୟ, ପରିବେଶ ସମ୍ବନ୍ଧରେ ସଚେତନ କରିବା ସହ ଶିକ୍ଷକ ଶିକ୍ଷୟିତ୍ରୀ, ବିଦ୍ୟାଳୟ ପରିଚାଳନା କମିଟି ସହ ଆଲୋଚନା କରିଥାନ୍ତିା ଛାତ୍ରଛାତ୍ରୀ ମାନେ ଆଗାମୀ ଭବିଷ୍ୟତର ଉନ୍ନତି ପାଇଁ ଗଣମାଧ୍ୟମ ମୁଖ୍ୟ ଭୁମିକା ଗ୍ରହଣ କରିଥାଏା ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସେହି ବିଦ୍ୟାଳୟର କୌଣସି ଅଘଟଣ କିମ୍ବା ଖରାପ ଘଟଣା ଯେପରି ଗଣମାଧ୍ୟମରେ ପ୍ରକାଶ ନପାଇବ ସେଥିପାଇଁ ସତର୍କତା ଅବଲମ୍ବନ କରି ଛାତ୍ରଛାତ୍ରୀ, ଅବିଭାବକ, ବିଭାଗୀୟ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି ଓ ପରିଛାଲନା କମିଟି ସହ ସୁସମ୍ପର୍କ ରଖିଥାନ୍ତିା କେଉଁ କାରଣରୁ ଏପରି ନିର୍ଦେଶ ଦିଆଯାଇଛି ତାହାକୁ ନେଇ ସାରା ରାଜ୍ୟରେ ଆଲୋଡନ ସୃଷ୍ଟି ହୋଇଛିା ଶିକ୍ଷାମନ୍ତ୍ରୀ କାଗଜ କଲମରେ ଶିକ୍ଷାର ଉନ୍ନତି ଚାହାନ୍ତି ନା ବାସ୍ତବରେ ଶିକ୍ଷାର ଉନ୍ନତି ହେଉ, ଶିକ୍ଷାନୀତି ଠିକ୍ ଭାବେ ପାଳନ କରାଯାଉ ବୋଲି ଚାହାନ୍ତି ନାହିଁ ବୋଲି ପ୍ରତିନିଧି ଦଳ ମାନେ ମତ ପ୍ରକାଶ କରିଥିଲୋ ଏହି ଦାବିପତ୍ର ପ୍ରଦାନ ସମୟରେ ଉତ୍କଳ ସାମ୍ବାଦିକ ସଂଘ ସଭାପତି ଦୁର୍ଯ୍ୟୋଧନ ପାତ୍ର, ମାଲକାନଗିରି ୟୁନିଅନ ଅଫ ଜୋର୍ନାଲ ସଭାପତି ଦେବପ୍ରସାଦ ଦାସ, ଓଡିଶା ୟୁନିଅନ ଅଫ ଜୋର୍ନାଲ ସମ୍ପାଦକ ତ୍ରିଲୋଚନ ଦାସଙ୍କ ସହ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ସନ୍ତୋଷ ନାଗ, ଅଶୋକ ମିଶ୍ର, ଜିତେନ୍ଦ୍ର ବେଉରିଆ, ଶ୍ରୀନିବାସ ପାତ୍ର, ସତ୍ୟନାରାୟଣ ଦାସ, ମନୋଜ ମହାନ୍ତି, ଅପୁର୍ୱ ଥଣ୍ଡର, ଦିବାକର ଭଗବାନ, ଚନ୍ଦ୍ରକାନ୍ତ ପଣ୍ଡା, ଅସୀମ ବିଶ୍ୱାସ, ସତ୍ୟନାରାୟଣ ପଣ୍ଡା, ଦୁର୍ଗାପ୍ରସାଦ ପଟ୍ଟନାୟକ, ରତ୍ନାକର ଦାସ, ଏ. ଇଶ୍ୱର ରାଓ, କାମରାଜ ଜେନା, ସୁଶାନ୍ତ ସଗରିା, ଶିବ ପ୍ରସାଦ କିର୍ତନିଆ ପ୍ରମୁଖଙ୍କ ସହ ୪୦ରୁ ଊର୍ଦ୍ଧ୍ଵ ଗଣମାଧ୍ୟମ ପ୍ରତିନିଧି ମାନେ ଅଂଶଗ୍ରହଣ କରିଥିଲେ ।

nis-ad
Leave A Reply

Your email address will not be published.