ମହିଳାଙ୍କ ମୃତଦେହ ଉଦ୍ଧାର ହତ୍ୟା ସନ୍ଦେହ

ହିଞ୍ଜିଳିକାଟୁ, ୧୧/୭: ରବିବାର ବିଳମ୍ବିତ ରାତିରେ ହିଞ୍ଜିଳି ଥାନା ଶରଧାପୁର ଗ୍ରାମରୁ ଘର ଭିତରୁ ରକ୍ତାକ୍ତ ଅବସ୍ଥାରେ ଜଣେ ମହିଳାଙ୍କୁ ଉଦ୍ଧାର କରାଯାଇଥିଲା। ତାଙ୍କୁ ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧିନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତା ଜଣକ ହେଲେ ଉକ୍ତ ଗାଁ ର ଲିଲି ସାହୁ (୩୦) । ମୃତାଙ୍କ ସ୍ବାମୀ କୌଣସି କାମରେ ହିଞ୍ଜିଳିକାଟୁ ଆସିଥିବା ବେଳେ ଦୁଇ ଝିଅ ଟ୍ୟୁସନ ଯାଇଥିଲେ। ମହିଳା ଜଣକ ଘରେ ଏକାକୀ ଥିଲେ। ଝିଅ ମାନେ ଟ୍ୟୁସନରୁ ଫେରି କବାଟ ବାଡ଼େଇବାପରେ ଭିତରୁ କେହି ଖୋଲିଥିଲେ। ବହୁ ସମୟ ପର୍ଯ୍ୟନ୍ତ କେହି ନ ଖୋଲିବାରୁ ପଡୋଶୀଙ୍କ ସହାୟତା ରେ କବାଟ ଖୋଲାଯାଇଥିଲା। ଘର ଭିତରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କରାଯାଇ ହିଞ୍ଜିଳିକାଟୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଖବର ପାଇ ହିଞ୍ଜିଳି ପୋଲିସ ଡାକ୍ତରଖାନାରେ ପହଞ୍ଚି ଶବକୁ ଜବତ କରିଛି। ମୃତା ଲିଲି ଙ୍କ ଭାଇ ଗଜପତି ଜିଲ୍ଲା ଚନ୍ଦ୍ରଗିରିର ଶିବ କୁମାର ପୃଷ୍ଟି ତାଙ୍କ ଭଉଣୀ ଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରି ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି। ମହି ଏ ନେଇ ହିଞ୍ଜିଳି ଥାନାରେ ନମ୍ବର ୩୫୦/୨୨ ରେ ଏକ ମାମଲା ରୁଜୁ କରି ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ସକାଶେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଚଳାଇଛି । ସୋମବାର ଆସିକା ଏସଡିପିଓ ଉମାଶଙ୍କର ସିଂ, ତହସିଲଦାର ପ୍ରଭାତ କୁମାର ପରିଡ଼ା, ହିଞ୍ଜିଳି ଥାନା ଆଇଆଇସି ଅଭିମନ୍ୟୁ ଦାସ, ସାଇଣ୍ଟଫିକ ଟିମ୍ ଓ ପୋଲିସ ଟିମ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ସରଜମିନ ତଦନ୍ତ ଆରମ୍ଭ କରିଛନ୍ତି ।

nis-ad
Leave A Reply

Your email address will not be published.