ସାମ୍ବାଦିକ ପ୍ରିୟଦର୍ଶୀ ପଟ୍ଟନାୟକଙ୍କ ସ୍ମୃତିରେ ରକ୍ତଦାନ ଶିବିର

ହିଞ୍ଜିଳିକାଟୁ (୧୧।୭) : ପ୍ରେସ କ୍ଲବ ହିଞ୍ଜିଳିକାଟୁ ପକ୍ଷରୁ କରୋନାରେ ମୃତ୍ୟୁ ଘଟିଥିବା ବରିଷ୍ଠ ସାମ୍ବାଦିକ ସ୍ବର୍ଗତ ପ୍ରିୟଦର୍ଶୀ ପଟ୍ଟନାୟକଙ୍କ ୨ୟ ବାର୍ଷିକୀ ତିରୋଧାନ ଦିବସରେ ସୋମବାର ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ନେତାଜୀ କଲ୍ୟାଣ ମଣ୍ଡପ ପରିସରରେ ଆୟୋଜନ ହୋଇଯାଇଛି। ବ୍ରହ୍ମପୁର ରକ୍ତ ଭଣ୍ଡାର ସହଯୋଗ ରେ ୫୧ ଜଣ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ଭଗବତ କଥା ବିତରଣ ପରିଷଦ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ରକ୍ତଦାନ ଶିବିର କୁ ସହଯୋଗ କରାଯାଇଥିଲା।
ପ୍ରେସ କ୍ଲବ ସଭାପତି ଦ୍ବିତୀକୃଷ୍ଣ ପଣ୍ଡା ସଂଯୋଜନାରେ ଶିବିରକୁ ହିଞ୍ଜିଳିକାଟୁ ମ୍ୟୁନିସିପାଲଟି ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପଲେଇ ମୁଖ୍ୟ ଅତିଥି, ଅନ୍ୟ ସମ୍ମାନିତ ଅତିଥି ଭାବେ ପୌର ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା, ବିଡ଼ିଓ ସୁବ୍ରତ କୁମାର ଜେନା, ମ୍ୟୁନିସିପାଲଟି କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ ମନୋରଞ୍ଜନ ସାହୁ, ବିଜେଡି ନଗର ସଭାପତି ଭୀମସେନ ବେହେରା, ଭଗବତ କଥା ପରିଷଦର ସଭାପତି ଦେବାନନ୍ଦ ମହାପାତ୍ର, ଓ୍ବାର୍ଡ ସଭ୍ୟା ସୁପ୍ରଭା ମହାରଣା, ଓ୍ବାର୍ଡ ସଭ୍ୟ ବସନ୍ତ ବେହେରା, ପ୍ରଦୀପ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ଶିବିରକୁ ମୁଖ୍ୟମନ୍ତ୍ରୀ ଙ୍କ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର, ପୂର୍ବତନ ଉପାଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ, ସଞ୍ଜୟ କୁମାର ପଣ୍ଡା,ଅଜୟ କୁମାର ମହାରଣା, ନୃସିଂହ ପଟ୍ଟନାୟକ, ପ୍ୟାରୀମୋହନ ପାଢି, ପ୍ରଫେସର ରମେଶ ଚନ୍ଦ୍ର ଚୈଧୁରୀ, ମହନ୍ତ ଲକ୍ଷ୍ମୀ ନାରାୟଣ ପଣ୍ଡା, ତରୁଣ ପଣ୍ଡା , ଇଂ ମାନସ ରଞ୍ଜନ ଦାଶ, ବିଜେଡି ଛାତ୍ର ସାଧାରଣ ସମ୍ପାଦନ ଶିବ ଶଙ୍କର ନାୟକ ,ଶିବିର ପଣ୍ଡା ପ୍ରମୁଖ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଶିବିରକୁ ବରିଷ୍ଠ ସାମ୍ବାଦିକ ବିଭୁପ୍ରସାଦ ପଣ୍ଡା, ବିଶ୍ବମ୍ବର ସାହୁ, ଶେଷଦେବ ସାହୁ, ସୁଶାନ୍ତ ପ୍ରଧାନ, ପବିତ୍ର ପାତ୍ର, ମନୋଜ ସାହୁ, ପ୍ରିୟବ୍ରତ ପଣ୍ଡା, ଶଙ୍କର ନାୟକ, ସୁରେନ୍ଦ୍ର ନାୟକ, ହିମାଂଶୁ ବେହେରା, ସଂସ୍କାର ପଟ୍ଟନାୟକ, ମର୍ଣ୍ଣିଂ କ୍ରିକେଟ କ୍ଳବ୍ ର ନିଶିକାନ୍ତ, ସାନୁ ,ଜଗନ, ଅମୂଲ୍ୟ, ସୁନୀଲ ସେଠି, ପୂର୍ଣ୍ଣ ଗୌଡ଼, ଜିତୁ ପଟ୍ଟନାୟକ, ରୋହିତ ବିଷୋୟୀ, ଚନ୍ଦନ ପାତ୍ର, ସରପଞ୍ଚ କୃଷ୍ଣ ଭଉଳ, ଟୁଟୁ ରାଉଳ, ଯୁଧିଷ୍ଠିର ସ୍ବାଇଁ,ମାନସ ବେହେରା, ଜଗନ୍ନାଥ ଭଞ୍ଜ, ମଣ୍ଟୁ ସାହୁ, ସୁଶାନ୍ତ ସାହୁ, ପ୍ରଶାନ୍ତ ସ୍ବାଇଁ, ରାକେଶ ସାହୁ ଗୋପାଳ ସାହୁ, ଗୌରହରି ସାମନ୍ତରାଏ, ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

nis-ad
Leave A Reply

Your email address will not be published.