ଭରଦ୍ବାଜ ପ୍ରତିଷ୍ଠାନ ତରଫରୁ ସ୍ବାସ୍ଥ୍ୟ ଶିବିର…

ବ୍ରହ୍ମପୁର : ହରିହର ନଗର ସ୍ଥିତ ହରିହର ଭେଟ ମନ୍ଦିର ପ୍ରାଙ୍ଗଣରେ ଏକ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଓ ସଚେତନl ଶିବିର ଅନୁଷ୍ଠିତ ହୋଇଯାଇଛି l ପ୍ରତିଷ୍ଠାନର ଅଧ୍ୟକ୍ଷ ଡା.ନକୁଳ ସାହୁ ରୋଗୀଙ୍କ ରକ୍ତଚାପ, ମଧୁମେହ, ଗଣ୍ଠିବାତ, ଅମ୍ଳପିତ୍ତ ଓ ସ୍ତ୍ରୀ ରୋଗଆଦିର ପରୀକ୍ଷା କରି ଚିକିତ୍ସା, ପରlମର୍ଶ ଓ ଔଷଧ ବିତରଣ କରିଥିଲେ l ସବୁ ରୋଗର କାରଣ ଆହାର ବିହାର ଏଣୁ ରୋଗୀ ମାନଙ୍କୁ ନିଜ ନିଜ ରୋଗର କାରଣ ଓ ଏହାର ପରିହାର ପାଇଁ ପରାମର୍ଶ ଦିଆଯାଇଥିଲା l କରୋନା କାୟା ବିସ୍ତାର କରୁଥିବାରୁ ସତର୍କ ରହିବା ଏବଂ ଇମ୍ୟୁନିଟି ଶକ୍ତି ବଢାଇବା ପାଇଁ ଗୁଳୁଚି, ଅଁଳା ଆଦି ଖାଇବା ପାଇଁ କୁହାଯାଇଥିଲା l ଶିବିର ପରିଚାଳନାରେ ସହଯୋଗ କରିଥିିଲେ ଗୌରୀ ପ୍ରସାଦ ପରିଛା, ଗଣେଶ ପ୍ରସାଦ ପରିଛା ଓ ମନ୍ଦିର କମିଟିର ସଭ୍ଯ ସଭ୍ୟା l ପ୍ରତି ସୋମବାର ସକାଳେ ଏହି ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୁଏ, ଏହାର ସୁଯୋଗ ନେବାକୁ ମନ୍ଦିର କମିଟି ଅନୁରୋଧ କରିଛନ୍ତି l

nis-ad
Leave A Reply

Your email address will not be published.