କମ୍ବିଂ ଅପରେସନ ବେଳେ ଧରା ପଡ଼ିଲା ମାଓବାଦୀ ଲକ୍ଷ୍ମଣ ପଡିଆମୀ…

ମାଲକାନଗିରି : ହାର୍ଡକୋର ମାଓବାଦୀ ଗିରଫ। ମାଲକାନଗିରି ପୋଲିସ ହାତରେ ଧରା ପଡ଼ିଲା ହାର୍ଡକୋର ମାଓବାଦୀ ଲକ୍ଷ୍ମଣ ପଡ଼ିଆମୀ। ମାଥିଲି ଥାନାର ତୁଳସୀ ପାହାଡ଼ରେ ଏସଓଜି ଓ ଡିଭିଏଫ ବାହିନୀ ପକ୍ଷରୁ କମ୍ବିଂ ଅପରେସନ ଚାଲିଥିବା ବେଳେ ଯବାନଙ୍କ ହାତରେ ଧରା ପଡ଼ିଲା କାଙ୍ଗେରଘାଟି ଏରିଆ କମିଟି ମେମ୍ବର ଲକ୍ଷ୍ମଣ। ମାଓବାଦୀ ଲକ୍ଷ୍ମଣ ପଡିଆମୀ ଓଡ଼ିଶା ଓ ଛତିଶଗଡ଼ରେ ଅନେକ ମାଓ କାର୍ଯ୍ୟକଳାପରେ ସାମିଲ ଥିବା ମାଲକାନଗିରି ଏସପି ନୀତିଶ ୱାଧନୀ ସୂଚନା ଦେଇଛନ୍ତି ।

ତା ଠାରୁ ଗୋଟିଏ ଦେଶୀ ବନ୍ଧୁକ ଜବତ କରାଯାଇଛି। ଲକ୍ଷ୍ମଣ ନାଁରେ ଏକ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିଲା । ମାଲକାନଗିରି ଓ ଛତିଶଗଡ଼ରେ ଲକ୍ଷ୍ମଣ ନାଁରେ ବହୁ ହିଂସା ମାମଲା ରହିଥିବା ଜଣାଯାଇଛି । ତେବେ ଏହି ଅପରେସନ ବେଳେ ମାଓବାଦୀ ଲକ୍ଷ୍ମଣ ପଡିଆମୀକୁ ଯବାନମାନେ ଧରିବାରେ ସଫଳ ହୋଇଥିଲେ ।

nis-ad
Leave A Reply

Your email address will not be published.