୮୨ ଅଧିକାରୀଙ୍କ ନାଁରେ ଏଫଆଇଆର, ଜେଲରେ ସୁବିଧା ପାଇଁ ଠକ ସୁକେଶ ଦେଉଥିଲା ଲାଞ୍ଚ

ନୂଆଦିଲ୍ଲୀ: ୨୦୦ କୋଟି ଟଙ୍କାର ଠକେଇ ଅଭିଯୋଗରେ ଜେଲରେ ବନ୍ଦ ଥିବା ମହାଠକ ସୁକେଶ ଚନ୍ଦ୍ରଶେଖରକୁ ନେଇ ଏକ ଆଉ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ଜେଲ୍‌ରେ ଲଗଜୁରୀ ସୁବିଧା ପାଇଁ ଜେଲ୍‌ ଅଧିକାରୀଙ୍କୁ ଲାଞ୍ଚ ଦେଉଥିଲା ସୁକେଶ। ତା’ପୁଣି ହଜାରେ କି ଲକ୍ଷେ ନୁହେଁ ପୂରା କୋଟିଏ। ସୁକେଶ ଠାରୁ ଅଧିକାରୀମାନେ ମାସକୁ ଦେଢ଼ କୋଟି ଟଙ୍କା ଲାଞ୍ଚ ନେଉଥିଲେ। ଏହି ଅଭିଯୋଗରେ ୮୨ ଜେଲ୍‌ ଅଧିକାରୀଙ୍କ ନାଁରେ ମାମଲା ରୁଜୁ ହୋଇଛି। ତାଙ୍କ ବିରୋଧରେ ଆରମ୍ଭ ହୋଇଛି ତଦନ୍ତ।
ଅଭିଯୋଗ ମୁତାବକ, ଜେଲ ଅଧିକାରୀମାନେ ମହାଠକ ସୁକେଶଠାରୁ ମାସକୁ ଦେଢକୋଟି ଟଙ୍କା ଲାଞ୍ଚ ନେଉଥିଲେ। ସୁକେଶକୁ ଅଲଗା ବ୍ୟାରାକରେ ରଖିବା , ସେଠାରେ ତାକୁ ଘର ପରି ସୁବିଧା ଯୋଗାଇବା ସହ ମୋବାଇଲ ବ୍ୟବହାର କରିବାକୁ ସୁଯୋଗ ଦେଉଥିଲେ ଜେଲ ଅଧିକାରୀ। କୌଣସି ସୂତ୍ରରୁ ଏହା ଜଣାପଡିବା ପରେ ଦିଲ୍ଲୀ ପୁଲିସ ତନାଘନା ଆରମ୍ଭ କରିଛି। ରୋହିଣୀ ଜେଲର ଅଧିକାରୀ ଓ କର୍ମଚାରୀଙ୍କ ଉପରେ ମାମଲା ଦାଏର କରି ତଦନ୍ତ ଆରମ୍ଭ କରିଛି ଦିଲ୍ଲୀ ପୁଲିସ।
ଉଲ୍ଲେଖଯୋଗ୍ୟ, ୨୦୦ କୋଟି ଟଙ୍କାର ହେରଫେର ମାମଲାରେ ଦିଲ୍ଲୀର ରୋହିଣୀ ଜେଲରେ ଅଛି ସୁକେଶ। ଏପରିକି ଜେଲରେ ରହି ମଧ୍ୟ ସେ କୋଟି କୋଟି ଟଙ୍କା ଠକି ନେଇଥିଲା। ନିଜକୁ ଗୃହମନ୍ତ୍ରଳାୟର ଜଣେ ଉଚ୍ଚ ପଦସ୍ଥ ଅଧିକାରୀ ବୋଲି ପରିଚୟ ଦେଇ ଫୋନରେ ଲୋକଙ୍କ ସହ କଥାବାର୍ତ୍ତା କରିବା ପରେ ଟଙ୍କା ଠକି ନେଉଥିଲା। ଏଥିରେ ତା’ର ପତ୍ନୀ ମଧ୍ୟ ସାମିଲ ଥିଲେ। ଏଥିରେ ଅନେକ ଜେଲ୍‌ ଅଧିକାରୀ ମଧ୍ୟ ସାମିଲ ଥିଲେ, ଯାହାକୁ ପରେ ଗିରଫ କରାଯାଇଛି।
ଏହି ଠକେଇ ମାମଲାରେ ଭିତରେ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ , ନୋରା ଫତେହିଙ୍କ ସମେତ ଏକାଧିକ ଅଭିନେତ୍ରୀଙ୍କ ନାଁ ଜଡିତ ଥିଲା। ଜ୍ୟାକଲିନଙ୍କୁ ସୁକେଶ କୋଟି କୋଟି ଟଙ୍କାର ଉପହାର ଦେବା ସହ ତାଙ୍କ ସହ ସମୟ ଅତିବାହିତ କରିବା କଥା ମଧ୍ୟ ଖବର ପ୍ରକାଶ ପାଇଥିଲା।
ନିକଟରେ ସୁକେଶ ଚନ୍ଦ୍ରଶେଖର ଜେଲର ସୁରକ୍ଷା ବ୍ୟବସ୍ଥାକୁ ଭଙ୍ଗ କରିଥିବା ଧରାପଡିଥିଲା। ଜେଲ ବାହାରକୁ ତିହାର ଜେଲର ଜଣେ ନର୍ସିଂ କର୍ମଚାରୀଙ୍କ ହାତରେ ବାର୍ତ୍ତା ପଠାଉଥିବା ନେଇ ସିସିଟିଭି କ୍ୟାମେରାରେ ସୁକେଶ ଧରାପଡିଥିଲା। ଏହି ମାମଲାରେ ତିହାର ଜେଲ ପ୍ରଶାସନ ଅଭିଯୁକ୍ତ ନର୍ସିଂ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦିଲ୍ଲୀ ପୁଲିସକୁ ଚିଠି ଲେଖିଛନ୍ତି।

nis-ad
Leave A Reply

Your email address will not be published.