TPSODL କର୍ମଚାରୀ ଏବଂ ଗାଡି ଚାଳକଙ୍କୁ ମାଡ଼

ଗୋପାଳପୁର : ଆମ୍ବପୁଅ ଠାରେ TPSODL କର୍ମଚାରୀ ଏବଂ ଗାଡି ଚାଳକ ଙ୍କୁ ଉକ୍ତ ଗ୍ରାମ କିଛି ଲୋକ ମାଡ଼ ମାରିଥିବା ନେଇ ଆଜି ଗୋପାଳପୁର ଥାନା ରେ ଅଭିଯୋଗ ହୋଇଛି l ସୂଚନା ପ୍ରକାରେ ଗତ କାଲି ସନ୍ଧ୍ୟା 5 ଟା ସମୟ ରେ ବିଦ୍ୟୁତପୁର କଲୋନୀ ରେ ଥିବା TPSODL ର ସେକସନ ଦ୍ୱିତୀୟ ର କିଛି କର୍ମଚାରୀ ସେମାନଙ୍କ ଅଫିସ ଗାଡି ରେ ଆମ୍ବପୁଅ ଅଞ୍ଚଳ କୁ ବିଦ୍ୟୁତର କିଛି ଅସୁବିଧା ଥିବା ଲାଗି ଯାଇଥିଲେ l କାମ ସାରି ଆସିବା ବେଳେ ଆମ୍ବପୁଅ ଗ୍ରାମ ଛକ ର ରାସ୍ତା ରେ ଗୋଟିଏ ଟେମ୍ପୁ ଭିତରେ ଅନ୍ଧାର ରେ ରଖି ସେଥିରେ କିଛି ଲୋକ ମଦ୍ୟପନ କରି ବସିଥିଲେ l TPSODL ର ଅଫିସ ଗାଡି ଟି ଉକ୍ତ ଟେମ୍ପୁକୁ ସ୍ପର୍ଶ ନ କରିଥିଲେ ମଧ୍ୟ ଉକ୍ତ ଟେମ୍ପୁର ମାଲିକ ସିମାଞ୍ଚଳ ପାତ୍ର ଗାଡି ରୁ ଓଲ୍ଲାଇ ବିଦୂତ ଗାଡି କୁ ଲାତ ମାରି ଅଶ୍ଳୀଳ ଭାଷା ରେ ଗାଳି ଗୁଲଜ କରିଥିଲେ l ଏହା ଦେଖି ବିଦ୍ୟୁତଗାଡ଼ିରେ ରେ ବସିଥିବା କର୍ମୀ ଶିବରାମ ନାୟକ କହିଁକି ଗାଳି କରୁଛନ୍ତି ପଚାରିବାରୁ ସେହି ଟେମ୍ପୁରେ ବସିଥିବା ଅକ୍ଷୟ ଜେନା ବାହାରି ଆସି ଏବଂ ତାଙ୍କ କିଛି ସାଙ୍ଗ ମିଶି ଶିବରାମ ଏବଂ ବିଦୂତ ଗାଡି ଚାଳକ ମଙ୍ଗରାଜ ମଲ୍ଲିକ ଙ୍କୁ ମାଡ଼ ମାରିଥିବା ନେଇ ଆଜି ଗୋପାଳପୁର ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି l

nis-ad
Leave A Reply

Your email address will not be published.