ହିଞ୍ଜିଳିକାଟୁରେ ବାହୁଡା ଯାତ୍ରା

ହିଞ୍ଜିଳିକାଟୁ (୯।୭) : ମହାପ୍ରଭୁ ୯ ଦିନର ଲୀଳାଖେଳ ସାରି ଗୁଣ୍ଡିଚା ମନ୍ଦିରରୁ ଫେରିଛନ୍ତି। ଶନିବାର ବାହୁଡ଼ାଯାତ୍ରା ରଵିବାର ଏକାଦଶୀ ରେ ସୁନାବେଶରେ ସଜ୍ଜିତ ହେଵେ ରଥ ଉପରେ ମନ୍ଦିର ନିକଟରେ। ଭୋର ୪ ଟାରୁ ବାହୁଡ଼ାଯାତ୍ରା ନୀତି ଆରମ୍ଭ ହୋଇ ମଙ୍ଗଳ ଆଳତି, କର୍ପୂର ଆଳତି, ଖେଚୁଡ଼ିଭୋଗ ଅର୍ପଣ କରାଯାଇଥିଲା । ମଇଲମ ପରେ ଠାକୁରମାନଙ୍କୁ ପହଣ୍ଡିରେ ରଥାରୁଢ କରାଯାଇଥିଲା । ହିଞ୍ଜିଳିକାଟୁ ସହ ଆଖପାଖ ଅଞ୍ଚଳର ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା । ଅପରାହ୍ନ ପ୍ରାୟ୪ ଟା ସମୟରେ ସେବାଧିପତୀ ଲିଙ୍ଗରାଜ ସାହୁ ପଟ୍ଟୁଆର ସହ ଆସି ରଥ ଉପରେ ଛେରାପହଁରା କରିଥିଲେ। ତାହାପରେ ସାରଥୀ ଉପବେଶନ, ଯୋଡା ଘୋଡା ସହ ରଥ ଦଉଡ଼ି ବନ୍ଧନ କରାଯାଇଥିଲା। ପରେ ରଥଟଣା ଆରମ୍ଭ ହୋଇଥିଲା। ଗଞ୍ଜାମ ଉପଜିଲ୍ଲାପାଳ ପ୍ରଶନ କୁମାର ପାତ୍ର, ତହସିଲଢାର ପ୍ରଭାତ କୁମାର ପରିଡ଼ା, ହିଞ୍ଜିଳିକାଟୁ ଥାନା ଅଧିକାରୀ ଅଭିମନ୍ୟୁ ଦାସ, ହିଞ୍ଜିଳିକାଟୁ ପୌରପରିଷଦ ନିର୍ବାହୀ ଅଧିକାରୀ ଡ଼ଃ ମନୋରଞ୍ଜନ ସାହୁ ରଥଟଣା ଶୁଭାରମ୍ଭ କରିଥିଲେ। ରଥ ସେଭାଧିପତୀ ଙ୍କ ଉଆସ ଆଗରେ ଅଟକିବା ପରେ ସେବାଧିପତି ଙ୍କପରିବାର ପକ୍ଷରୁ ମହାପ୍ରଭୁ ଙ୍କ ସ୍ବତନ୍ତ୍ର ସେବା ଆଳତି ପରେ ମାଉସୀମାଙ୍କ ପୋଡପିଠା ଭୋଗ କରାଯାଇଥିଲା।

ପାବନଶ୍ରୀକ୍ଷେତ୍ର ମନ୍ଦିର ରୁ ମାଁ ମହାଲକ୍ଷ୍ମୀ ନିଜ ଷଡଚକ୍ର ଯାନରେ ରଥାରୂଢ ହୋଇ ଵାଦ୍ୟ ବାଜଣା ସହ ବିରାଟ ପଟୁଆର ରେ ଆସି ଆଗ୍ୟାମାଳ ପ୍ରଦାନ ପରେ ରଥ ଟଣା ହୋଇ ମନ୍ଦିର ନିକଟରେ ପହଞ୍ଚିଥିଲା। ମନ୍ଦିର ସଭାପତି ଜଗନ୍ନାଥ ସାହୁ, ସମ୍ପାଦକ ଲୋକନାଥ ସାହୁ, ଧନ ସେବକ ହରିହର ପଣ୍ଡା, ପ୍ୟାରୀ ମୋହନ ପାଢି, ଲିଟୁ ପାଢି, ମଦନମୋହନ ଦାଶ, ସୁରେଶ ସାହୁ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ଶିବରାମ ପଟ୍ଟନାୟକ, ନୃସିଂହ ପ୍ରସାଦ ପଟ୍ଟନାୟକ, ଯୁଗଳ ପଣ୍ଡା,ଯୋଗୀନ୍ଦ୍ର ପାଣିଗ୍ରାହୀ, ଟୁଟୁମୁନୀ, ଅଭି ପାତ୍ର, ସୁଦର୍ଶନ ପାଣିଗ୍ରାହୀ, ରଥଯାତ୍ରା ଓଗୁଣ୍ଡିଚା ମନ୍ଦିର କମିଟି ସଦସ୍ୟ ଙ୍କ ସହ ଵହୁ ସ୍ବେଛାସେବୀ ସଂଗଠନ ବାହୁଡାଯାତ୍ରା ପରିଚାଳନା ରେ ସହଯୋଗ କରିଥିଲେ। ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ରାଜବାଟି ସ୍ଥିତ ଜଗନ୍ନାଥ ମନ୍ଦିର ପକ୍ଷରୁ ହିଞ୍ଜିଳିକାଟୁ ରାଜା ସାହେବ ଲଲାଟେନ୍ଦୁ କେଶରୀ ଭଞ୍ଜଦେଓ ଛେରା ପହଁରା ନୀତି କରିବା ପରେ ରଥଟଣା ଆରମ୍ଭ ହୋଇଥିଲା ।ସେହିପରି ପାଟଣା ସାହି ଏବଂ ସ୍ଥାନୀୟ ବ୍ଲକର ବରୁପଡା, ସାରୁ, ଶାସନ ଆମ୍ଵଗାଁ, ଦୁର୍ବନ୍ଧ, କଚୁଂରୁ ସମେତ ଵିଭିନ୍ନ ଗ୍ରାମରେ ଵାହୁଡା ଯାତ୍ରା ମହାଆଡମ୍ଵର ସହକାରେ ପାଳନ ହୋଇଥିଲା।

nis-ad
Leave A Reply

Your email address will not be published.