ସଫଳତା ପରେ ସଫଳତା ଏବେ ଟି ଭି ପରଦାରେ ଚମକିବେ ସୌମ୍ୟା…

ମାଲକାନଗିରି,: ମାଲକାନଗିରି ଜିଲ୍ଳା ସଦର ମହକୁମାରେ ରହୁଥିବା ସୌମ୍ୟା ବୈରାଗୀ, ଏବେ ନଜର ଆସିବେ ଟି ଭି ପରଦାରେ l ବାପା ସୁମନ୍ତ ବୈରାଗୀ ନିଜ ଝିଅକୁ ନୃତ୍ୟ, ସଂଗୀତ ଓ ବାଦ୍ୟଯନ୍ତ୍ର ରେ ଆଗ୍ରହ ଦେଖି ଶିକ୍ଷାଲାଭ ପାଇଁ ଅନେକ ସ୍ଥାନକୁ ପଠାଇଥିଲେ l ନିଜର ଆତ୍ମବଳ ଓ କଠିନ ପରିଶ୍ରମ ଯୋଗୁ ମାଲକାନଗିରି ଭୋଳି ଅଞ୍ଚଳରୁ ନୃତ୍ୟ ଜଗତରେ ଏକ ନୂତନ ପରିଚୟ ସୃଷ୍ଟି କରିପାରିଛନ୍ତି ସୌମ୍ୟା l ଓଡିଶି ନୃତ୍ୟ ଠାରୁ ଆରମ୍ଭ କରି ଆଧୁନିକ ନୃତ୍ୟରେ ନିପୁଣତା ହାସଲ କରି ରାଜ୍ୟ ତଥା ରାଜ୍ୟ ବାହାରେ ଅନେକ ପୁରସ୍କାର ମଧ୍ୟ ପାଇଛନ୍ତି ସୌମ୍ୟା l ଏବେ ନିଜ କଠିନ ପରିଶ୍ରମର ଫଳ ପାଇଛନ୍ତି ସୌମ୍ୟା ମୁମ୍ବାଇ ମେଗା ଅଡିସନ ରେ ଚୟନ ହେବା ପରେ ସୌମ୍ୟା ଟି ଭି ପରଦାରେ ପ୍ରଦର୍ଶନ କରିବେ ନିଜର ପ୍ରତିଭା, ଯାହା ମାଲକାନଗିରି ଜିଲ୍ଳା ପାଇଁ ଗର୍ବ ଓ ଗୌରବ ବିଷୟ l ଡାନ୍ସ ଆଇକୋନ, ଇଣ୍ଡିଆସ ବିଗେଷ୍ଟ ଡେନ୍ସ ଟିଭି ରିୟାଲିଟି ଷୋ ରେ ନିଜର ଡାନ୍ସ ଜଲବା ଦେଖାଇବେ ସୌମ୍ୟା l ଏହି ଡେନ୍ସ ଆଇ କୋନ ରେ ତିନି ଜଣ ଚୟନ କର୍ତା ଅଛନ୍ତି ଯିଏ ପ୍ରତିଭାବାନ ପିଲାଙ୍କୁ ଚୟନ କରି ତାଙ୍କୁ ପୁରସ୍କୃତ କରିବେ l ଆସନ୍ତା ଜୁଲାଇ ୧0 ତାରିଖରେ ରବିବାର ଦିନ ଜି ସଲାମ ନାମକ ଚେନେଲର ଟି ଭି ପରଦାରେ ନଜର ଆସିବେ ସୌମ୍ୟା l ସୌମ୍ୟା ନିଜର ସଫଳତା ପାଇଁ ବାପା ମାଙ୍କୁ ଶ୍ରେୟ ଦେବା ସହ ମାଲକାନଗିରି ବାସୀଙ୍କ ଭଲପାଇବା ଓ ସ୍ନେହ ଯୋଗୁ ଆଜି ଟି ଭି ପରଦାରେ ଆସୁଥିବାରୁ ଧନ୍ୟବାଦ ଜଣାଇଛନ୍ତି ମାଲକାନଗିରି ବାସୀଙ୍କୁ l

nis-ad
Leave A Reply

Your email address will not be published.