ଡିଜେରେ ବିଦ୍ୟୁତ୍ ତାର ଲାଗି ଜଣେ ବରଯାତ୍ରୀ ମୃତ, ୨ ଗୁରୁତର

ଭଦ୍ରକ: ବାଣ ସୋରଣୀ ଚାଲିଥିଲା। କନ୍ୟାଘର ଅଭିମୁଖେ ବାହାରିଥିଲା ବରଯାତ୍ରୀଙ୍କ ଶୋଭାଯାତ୍ରା। ଡିଜେ ସାଉଣ୍ଡରେ ଉଚ୍ଛୁଳି ପଡୁଥିଲା ମାହୋଲ। ହେଲେ କେଇ ମୁହୁର୍ତ୍ତରେ ଉତ୍ସବ ମୁଖର ପରିବେଶ ଶୋକାକୂଳ ମାହୋଲରେ ପରିଣତ ହୋଇଛି। ଡିଜେ ସମୟରେ ତାର ଲାଗି ଜଣେ ବରଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି।

ଏମିତି ଅଘଟଣ ଘଟିଛି ଭଦ୍ରକ ଜିଲ୍ଲା ବନ୍ତ ଥାନା ଅନ୍ତର୍ଗତ ପଦାକଣା ଗାଁରେ। ଦୁଇ ଗୁରୁତରଙ୍କୁ କଟକ ଏସସିବି ମେଡିକାଲ୍ ସ୍ଥାନାନ୍ତର କରାଯାଇଛି। ଡିଜେ ଗାଡି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବା ପରେ ଏହି ଅଘଟଣ ଘଟିଛି। କକା ବହାଘରରେ ପୁତୁରା ଓ ସାଙ୍ଗଙ୍କୁ କରେଣ୍ଟ ଲାଗିଥିବା ଜଣା ପଡିଛି।

ମୃତ ଯୁବକ ଜଣକ ହେଲେ ସୁନା ଗଡ଼ିଆ ଗ୍ରାମର ପ୍ରଭାତ ସ୍ୱାଇଁ ବୋଲି ସୂଚନା ମିଳିଛି । ଗାଁ ରେ ବାହାଘର ଥିବାରୁ ବରଯାତ୍ରୀ ମାନେ ଆଜି ସୁନାଗଡିଆ ଗାଁରୁ ପଦାକଣା ଗାଁକୁ ଯାଉଥିଲା ବେଳ ପଦକଣା ଗାଁ ଭିତରେ ଡିଜେ ଗାଡିଟି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାର୍ଜ ହୋଇଥିଲା । ଏହି ଡିଜେ ଗାଡି ସଂସ୍ପର୍ଶରେ ଆସି ୩ ଜଣ ଗୁରୁତର ହୋଇଥିଲେ ଘଟଣା ସ୍ଥଳରେ ଜଣଙ୍କ ର ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ହୋଇ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ତେବେ ଦୁଇ ଜଣ ଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । କେଉଁ ଆଧାର ରେ ଡିଜେ ଗାଡି ଗୁଡିକ ଅନୁମତି ଦିଆଯାଉଛି ତାହା ଏବେ ପ୍ରଶ୍ନ ଉଠିଛି । ଅନ୍ୟପଟେ ବିଦ୍ୟୁତ ବିଭାଗ ର ମଧ୍ୟ ଅବହେଳା କଥା ମଧ୍ୟ ସାମ୍ନାକୁ ଆସିଛି । ତେବେ ଜନୈକ ଗୁରୁତର ଯୁବକ କହିଛନ୍ତି ଯେ ନାଚିବା ବେଳେ ଜଣ ଙ୍କୁ ଟାଣିବା ବେଳେ ତାଙ୍କ ଦ୍ଭ ରେ କରେଣ୍ଟ ଲାଗିଯାଇଥିଲା 

nis-ad
Leave A Reply

Your email address will not be published.