ଚମ୍ପାନଗର ସରକାରୀ ବିଦ୍ୟାଳୟରେ ଦିଦିଙ୍କ ଦବଙ୍ଗଗିରି

ମାଲକାନଗିରି : ମାଲକାନଗିରି ଜିଲ୍ଲା ଚମ୍ପାନଗର ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି ଏକ ଅଭାବନୀୟ ଘଟଣା । ଦଣ୍ଡମୁକ୍ତ ଶିକ୍ଷାର ସରକାରୀ ନିୟମକୁ ବେଖାତର କରି ଚକ୍ ଖଡି ବଦଳରେ ଦିଦିଙ୍କ ହାତରେ ବାଡି । ହିତାହିତ ଜ୍ଞାନ ଭୂଲି ଶ୍ରେଣିରେ ପିଲାଙ୍କୁ କଅଣ ପାଠ ପଢାଉଛନ୍ତି ତାହା ସାଧାରଣ ଲୋକ ଜାଣି ପାରୁ ନାହାନ୍ତି ଓଲଟା ପ୍ରଶ୍ନ କଲେ ପିଲାଙ୍କୁ ନିସ୍ତୁକ ଭାବେ ପିଟୁଥିବା ଦେଖିବାକୁ ମିଳିଛି । ଅଞ୍ଚଳ ବାସୀଙ୍କ ଅଭିଯୋଗ ଅନୁସାରେ ବେଳେବେଳେ ଶ୍ରେଣୀ ଗୃହ ଭିତର କବାଟ ଝରକା ବନ୍ଦ କରି ପିଲାଙ୍କୁ ବାହାରେ ବସେଇ ଦେଉଛନ୍ତି ।

ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟି କରିବା ସହ ବିଦ୍ୟାଳୟ କୁ ଆଣିବାରେ ସରକାର ବହୁ ପ୍ରକାର ପ୍ରୟାସ କରୁଥିବା ବେଳେ ଚମ୍ପାନଗର ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷୟତ୍ରୀଙ୍କ ବ୍ୟବହାର ଚକିତ କରିଛି ସ୍କୁଲରେ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ମିଶାଇ ବିଦ୍ୟାଳରେ ରହିଛନ୍ତି ମୋଟ ତିନି ଜଣ ଶିକ୍ଷୟତ୍ରୀ । ହେଲେ ଏଠାକାର ଶିକ୍ଷା ସହାୟକ ବନିତା ସ୍ବାଇଁ ପାଗଳି ବୋଲି ଜାଣିବା ପରେ ଗାଁ ଲୋକେ ଏବେ ନିଜ ପିଲା ଛୁଆଙ୍କୁ ବିଦ୍ୟାଳୟକୁ ପଠାଇବା ଲାଗି ଭୟ କରୁଛନ୍ତି । ଶିକ୍ଷୟତ୍ରୀ ଙ୍କୁ ଦେଖି ସାନ ସାନ ପିଲା ଭୟରେ କାନ୍ଦୁଛନ୍ତି କେବଳ ଏତିକୁ ନୁହେ ଖବର ସଂଗ୍ରହ ପାଇଁ ଯାଇଥିବା ସାମ୍ବାଦିକ ମାନେ ଦିଦିଙ୍କ ପାଗଳାମିର ଭିଭିଓ ଉତ୍ତୋଳନ କରିବାକୁ ପ୍ରୟାସ କରୁଥିବାଥିବା ବେଳେ ସେ ହୁ ଆର ୟୁ ବୋଲି କହିଥିଲେ କ୍ୟାମେରା ମୋବାଇଲ ଦେଖି ଚେୟାର ଉଠାଇ ମାରିବାକୁ ଗୋଡ଼ାଇ ଥିଲେ ।
ପୂର୍ବରୁ ସି.ଆର.ସି ଙ୍କ ଠାରୁ ଆରମ୍ଭ କରି ବି.ଆର.ସିଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ବାରମ୍ବାର ବନିତା ଦିଦି ଖରାପ ବ୍ୟବହାର କରୁଥିଲେ ହେଁ ଜିଲ୍ଲା ଶିକ୍ଷା ବିଭାଗ ବର୍ତ୍ତମାନ ସୁଦ୍ଧା ତାଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ କାହିଁକି କରି ନଥିବା ବୋଲି ଗାଁ ଲୋକେ ପ୍ରଶ୍ନ କରିଛନ୍ତି । ବାରମ୍ବାର ଅଭିଯୋଗ ହେବା ପରେ ମଧ୍ୟ ଜିଲ୍ଲା ଶିକ୍ଷା ବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିବାରୁ ଗାଁ ଲୋକ ଗାଁରେ ବୈଠକ କରିବା ପରେ ଦିଦିଙ୍କୁ ବିଦ୍ୟାଳୟରୁ ବାହାର କରିବା ଲାଗି ବିଦ୍ୟାଳୟରେ ପହଞ୍ଚିଥିଲେ ହେଲେ ମାନସିକ ବିକାରଗସ୍ତ ଥିବା ବନିତା ଦିଦି ଗାଁ ଲୋକଙ୍କୁ ଦେଖି ଦିର୍ଘ ସମୟ ଧରି ଶ୍ରେଣି ଗୃହ ଭିତରେ କବାଟ ଝରକା ବନ୍ଦ କରି ଲୁଚି ରହିଥିଲେ । ଦିଦିଙ୍କୁ ତୁରନ୍ତ ବଦଳି କରିବା ଲାଗି ଚମ୍ପାନଗର ଗାଁ ଲୋକେ ଦାବି କରିଛନ୍ତି । ତେବେ ଏହି ଘଟଣା ଜିଲ୍ଲା ଶିକ୍ଷା ଅଧିକାରିଙ୍କ ନଜରକୁ ଆସିବା ପରେ ସେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି ।

nis-ad
Leave A Reply

Your email address will not be published.