ଇଡି ବିରୋଧରେ ହାଇକୋର୍ଟ ଗଲା ଭିଭୋ

ନୂଆଦିଲ୍ଲୀ : ବ୍ୟାପକ ପରିମାଣରେ ଟ୍ୟାକ୍ସ ଫାଙ୍କିବା ଅଭିଯୋଗରେ ଇଡି ପକ୍ଷରୁ ଚାଇନା ମୋବାଇଲ କମ୍ପାନୀ ଭିଭୋର ବିଭିନ୍ନ କାର୍ଯ୍ୟାଳୟରେ ଚଢ଼ାଉ କରାଯାଇଥିଲା। ଫଳରେ ଇଡି ବିରୋଧରେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ଭିଭୋ । କମ୍ପାନୀର ବ୍ୟାଙ୍କ ଆକାଉଣ୍ଟ ସିଜ୍‌ କରିବା ପ୍ରତିବାଦରେ ଦିଲ୍ଲୀ ହାଇକୋର୍ଟରେ ଅଭିଯୋଗ କରିଛି ଭିଭୋ । ଭିଭୋ ପକ୍ଷରୁ ମାମଲା ଲଢୁଥିବା ଓକିଲ ସିଦ୍ଧାର୍ଥ ଲୁଥ୍ରା କୋର୍ଟଙ୍କୁ ଜଣାଇଛନ୍ତି ଯେ ଭାରତରେ ଭିଭୋର ୯୦୦୦ କର୍ମଚାରୀ ଅଛନ୍ତି । କମ୍ପାନୀର ବକେୟା ଦେୟ ମଧ୍ୟ ରହିଛି । ବ୍ୟାଙ୍କ ଖାତା ଅଚଳ ହୋଇଥିବାରୁ କମ୍ପାନୀ ନିଜ କର୍ମଚାରୀଙ୍କ ଦରମା ଦେଇପାରିବ ନାହିଁ, ଏହା ସହିତ ନିଜର ଅନ୍ୟାନ୍ୟ ସରକାରୀ ଦେୟ ମଧ୍ୟ ଦାଖଲ କରିପାରିବ ନାହିଁ ।
ତେଣୁ ଏହି କଟକଣା ହଟାଇବାକୁ ଦାବି ହୋଇଛି। ଗତକାଲି ଭିଭୋ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ରେଡ୍‌ କରାଯାଇଛି। କମ୍ପାନୀ ୬୨,୪୭୬ କୋଟି ଟଙ୍କା ଚାଇନାକୁ ପ୍ରେରଣ କରିଥିବା ଅଭିଯୋଗ ହୋଇଛି। ଏହି ଆର୍ଥିକ ପରିମାଣ କମ୍ପାନୀ ଟର୍ଣ୍ଣ ଓଭରର ୫୦ ପ୍ରତିଶତ ହେବ। ଟ୍ୟାକ୍ସ ଫାଙ୍କିବା ଉଦ୍ଦେଶ୍ୟରେ କମ୍ପାନୀ ଏଭଳି ଏକ ଫନ୍ଦିଫିକର ଉପାୟକୁ ଆପଣେଇଥିବା ଇଡି ପକ୍ଷରୁ କୁହାଯାଛି। ତେବେ ଭିଭୋ ଇଣ୍ଡିଆ ବ୍ୟବସାୟର ୧୧୯ଟି ବ୍ୟାଙ୍କ ଆକାଉଣ୍ଟକୁ ଇଡି ପକ୍ଷରୁ ବ୍ଲକ କରାଯାଇଛି। ଯେଉଁଥିରେ ୪୬୫ କୋଟି, ୭୩ ଲକ୍ଷ ଟଙ୍କାର କ୍ୟାସ୍‌ ଏବଂ ୨ କେଜି ସୁନାକୁ ସିଜ୍‌ କରାଯାଇଛି। ସେହିପରି କମ୍ପାନୀ ବିରୋଧରେ ମରନିଲଣ୍ଡରିଂ ଅଭିଯୋଗ ଆଣି ଇଡି ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।
ସମଗ୍ର ଭାରତରେ ଭିଭୋ ସହ ଜିଡ଼ିତ ଥିବା ୨୩ ଟି କମ୍ପାନୀ ଉପରେ ଇଡି ପକ୍ଷରୁ ରେଡ୍‌ ହୋଇଛି। ସେହିପରି ଏହି ସବୁ କମ୍ପାନୀ ପାଇଁ ଭିଭୋ ନକଲି କାଗଜପତ୍ର ପ୍ରସ୍ତୁତ କରିଥିବା ଇଡି ପକ୍ଷରୁ କୁହାଯାଇଛି। ଇଡି ପକ୍ଷରୁ ଭିଭୋର ୪୮ଟି ଅଫିସରେ ଚଢଉ କରାଯାଇଛି ଓ ୧୧୭ଟି ବ୍ୟାଙ୍କ ଖାତାକୁ ଅଚଳ କରାଯାଇଥିଲା ।

nis-ad
Leave A Reply

Your email address will not be published.