୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ରରୁଆଁ ତହସିଲଦାର ଓ ଅମିନ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାର ରରୁଆଁ ତହସିଲ ଅଫିସରେ ଭିଜିଲାନ୍ସର ଚଢାଉ । ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତହସିଲଦାର ଓ ଅମିନ ଧରାପଡିଲେ ଭିଜିଲାନ୍ସ ହାତରେ ।

ସୂଚନା ଅନୁଯାୟୀ, ଚକ୍ରଧର ମହାନ୍ତ ନାମକ ଜନୈକ ବ୍ୟକ୍ତିଙ୍କ ଠାରୁ ଜମି ପଟ୍ଟା କରିବା ପାଇଁ ରରୁଆଁ ତହସିଲଦାର ସତ୍ୟ ସୁନ୍ଦର ରାଉତ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ତେବେ ଜମି ପଟ୍ଟା ପାଇଁ ୪୦ ହଜାର ଟଙ୍କାରେ କଥାବାର୍ତ୍ତା ଛିଡ଼ିଥିବା ବେଳେ ପୂର୍ବରୁ ୨୫ ହଜାର ଟଙ୍କା ନେଇଥିଲେ । ଆଜି(ଶୁକ୍ରବାର) ୧୫ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ତେବେ ଅମିନ କମଳ ପାତ୍ର ଜରିଆରେ ଉକ୍ତ ଟଙ୍କା ତହସିଲଦାର ନେଉଥିଲେ । ମୟୂରଭଞ୍ଜ ଓ କେନ୍ଦୁଝର ଭିଜିଲାନ୍ସ ବିଭାଗ ପକ୍ଷରୁ ଏହି ଚଢାଉ କରାଯାଇଥିଲା । ଲାଞ୍ଚ ଟଙ୍କା ଜବତ କରି ଅମିନ ଓ ତହସିଲଦାରଙ୍କୁ ନିଜ ହେପାଜତକୁ ନେଇଛି ଭିଜିଲାନ୍ସ ବିଭାଗ ।

nis-ad
Leave A Reply

Your email address will not be published.