ଛେଣ୍ଡ୍ କଲୋନୀର ଏଲସିଆର ବ୍ଲକରେ ନୁତନ ନାଳ ପ୍ରକଳ୍ପର ଶୁଭାରମ୍ଭ କଲେ ସୁନ୍ଦରଗଡ ଜିଲ୍ଲାର ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀଯୁକ୍ତ ଶାରଦା ପ୍ରସାଦ ନାୟକ…

ରାଉରକେଲା : ରାଉରକେଲା ମହାନଗର ନିଗମ ତରଫରୁ ଚାଳିଶ ଲକ୍ଷ ଟଙ୍କା ବ୍ୟୟରେ ଏଲସିଆର ବ୍ଲକରେ ନାଳ କାର୍ଜ୍ୟର ଶୁଭାରମ୍ଭ ସୁନ୍ଦରଗଡ ଯୋଜନାବୋର୍ଡ ଅଧକ୍ଷ ତଥା ରାଉରକେଲା ମାନ୍ୟବର ବିଧାୟକ ସାରଦା ପ୍ରସାଦ ନାୟକ ଙ୍କ ଦ୍ଵାରା କରାଯାଇଅଛି । ଛେଣ୍ଡ କଲୋନୀ ଏଲସିଆର ୨୩୯ ସମୁଖରେ ହୋଇଥିବା ଶୁଭରମ୍ଭ କାର୍ଯ୍ୟକ୍ରମରେ ସ୍ଥାନୀୟ ବୁଦ୍ଧିଜୀବୀ, ମହିଳା,ଯୁବକ ମାନଙ୍କ ଉପସ୍ଥିତରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଶାରଦା ପ୍ରସାଦ ନାୟକ ସମସ୍ତଙ୍କୁ ସ୍ଵାଗତ କରିବା ସହିତ ହେଉଥିବା, କାର୍ଯ୍ୟର ତଦାରଖ କରିବା ପାଇଁ କଲୋନୀବାସୀଙ୍କୁ ନିବେଦନ କରିଥିଲେ ।ଜିଲ୍ଲା ଉପସଭାପତି ଜୟନ୍ତ କୁମାର ମିଶ୍ର,ବରିଷ୍ଟ ପରାମର୍ଶଦାତା ଆନନ୍ଦ ଚନ୍ଦ୍ର ମହାନ୍ତି ନିଜ ବକ୍ତବ୍ୟମାନ ରଖିଥିଲା ବେଳେ ବିଦ୍ୟଧର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ। ମହାନଗର ନିଗମର ମୁନସିପାଲିଟିର ଜୁନିଅର ଇଞ୍ଜିନିୟର ଲାଲମୋହନ ସୋରେନ ଉପସ୍ଥିତ ଥିଲାବେଳେ, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଦୂମ୍ନ ତ୍ରିପାଠୀ,ବିଜେଡି ନଗର ସଭାପତି ଗଗନ ପଣ୍ଡା, ଯୁବସଭାପତି ସୁଶାନ୍ତ ରାଉତ,ବରିଷ୍ଟ ନେତା ଅଭୟ ଦାସ, ଯଦୁମଣି ପ୍ରଧାନ,କେକେ ମିଶ୍ର,ଗଣେଶ ଭୁୟାଁ, ଅକ୍ଷୟ ନାୟକ ,ପୂର୍ବତନ କାଉନସିଲର ଜର୍ଜଆନନ୍ଦ, ରଞ୍ଜନ ନାୟକ,ରାଜୀବ ସିଂହ, ସରୋଜ ଦାସ,କାବୁଲି ପ୍ରତିହାରୀ, ଅକ୍ଷୟ ଜେନା, ଅଜୟ ସାହୁ, ଶରତ ମହାନ୍ତି,କାଶୀନାଥ ଲେଙ୍କା, ଦେବାନନ୍ଦନ ତ୍ରିପାଠୀ, ଯୁବ ସାଧାରଣ ସମ୍ପାଦକ ପିଙ୍କୁ ଜୟସ୍ଵାଲ୍, ଆର ଏନ ଦାଶ,କେଦାର ବାରିକ, ସେହିପରି ଭାବେ କଳିଙ୍ଗ ବିହାର ମହିଳା ସମିତିର ବହୁ କାର୍ଯକର୍ତ୍ତା ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ i

nis-ad
Leave A Reply

Your email address will not be published.