ଆସନ୍ତାକାଲି ଓଡ଼ିଶା ଆସିବେ ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର: ଆସନ୍ତାକାଲି ଅର୍ଥାତ ଶୁକ୍ରବାର ଓଡିଶା ଆସିବେ ଏନଡିଏର ରାଷ୍ଟ୍ରପତି ପ୍ରାର୍ତୀ ଦ୍ରୋପଦୀ ମୁର୍ମୁ । ସ୍ୱାଗତ କରିବା ପାଇଁ ସରକାରଙ୍କ ପକ୍ଷରୁ ଭବ୍ୟ ଆୟୋଜନ କରାଯାଇଥିବା ଜଣାପଡିଛି ।

ସୂଚନା ଅନୁସାରେ, ସକାଳ ୧୦ଟା ବେଳେ ଦ୍ରୌପଦୀ ବିଧାନସଭାକୁ ଆସିବେ । ବିଧାନସଭାର ୫୪ ନମ୍ବର କକ୍ଷରେ ତାଙ୍କ ପାଇଁ ସ୍ୱତନ୍ତ୍ର ଆୟୋଜନ କରାଯାଇଛି । ଏନେଇ ବିଜେଡିର ସମସ୍ତ ବିଧାୟକ ଓ ସାଂସଦ ଉପସ୍ଥିତ ରହିବେ ।

ତେବେ ପୂର୍ବରୁ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଥା ହୋଇଛନ୍ତି । ଏହାସହିତ ଆଗାମୀ ନିର୍ବାଚନ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି ।

nis-ad
Leave A Reply

Your email address will not be published.