ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ମୃତ୍ୟୁ ମାମଲା; ପୁରୁଷ ବନ୍ଧୁ କଲେ ଆତ୍ମହତ୍ୟା

ବହୁଚର୍ଚ୍ଚିତ ଓଡ଼ିଆ ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ମୃତ୍ୟୁ ଘଟଣା ଉପରୁ ପରଦା ନହଟୁଣୁ ଘଟିଛି ଆଉ ଏକ ଅଘଟ। ରଶ୍ମିରେଖାଙ୍କ ପୁରୁଷ ବନ୍ଧୁ ସନ୍ତୋଷ ପାତ୍ର ରାଉରକେଲା ବାସନ୍ତୀକଲୋନୀରେ ଆତ୍ମହତ୍ୟା କରିଛନ୍ତି । ଖବରପାଇ ଉଦିତନଗର ଥାନା ପୁଲିସ୍‌ ଘଟଣାସ୍ଥଳକୁ ଯାଇ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରି ହସ୍ପିଟାଲ୍‌ ପଠାଇଛି । ଆଜି ଶବ ବ୍ୟବଚ୍ଛେଦ କରାଯିବ ବୋଲି ପୁଲିସ୍‌ କହିଛି ।

ସୂଚନାଯୋଗ୍ୟ ଯେ, ଗତ ମାସ ୧୮ ତାରିଖରେ ରଶ୍ମିରେଖା ଆତ୍ମହତ୍ୟା କରିଥିଲେ । ଏହି ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଏହି ଘଟଣାରେ ରଶ୍ମିରେଖାଙ୍କ ପୂର୍ବତନ ପ୍ରେମିକ ରାଜା ଓ ତାଙ୍କ ପୁରୁଷ ବନ୍ଧୁ ସନ୍ତୋଷକୁ ନୂଆପଲ୍ଲୀ ଥାନା ପୁଲିସ୍‌ ଜେରା କରିଥିଲା ।

nis-ad
Leave A Reply

Your email address will not be published.