ଖଲ୍ଲିକୋଟ ରେଳ ଷ୍ଟେସନରେ କେନ୍ଦ୍ରମନ୍ତ୍ରୀ ଦର୍ଶନା ଜରଦୋଷଙ୍କୁ ସ୍ୱାଗତ

ଖଲ୍ଲିକୋଟ (୫/୭) : କେନ୍ଦ୍ର ମନ୍ତ୍ରୀ ଦର୍ଶନା ଜରଦୋଷ ଙ୍କୁ ଖଲ୍ଲିକୋଟ ରେଳ ଷ୍ଟେସନ କୁ ବିଜେପି ନେତା ଓ କର୍ମୀ ମାନଙ୍କ ଉତ୍ସ୍ବସିତ ସମ୍ବର୍ଧନା l ମଙ୍ଗଳବାର ଦିନ କେନ୍ଦ୍ର ରେଳ ଓ ବୟନ ରାଷ୍ଟ୍ରମନ୍ତ୍ରୀ ଏକ ସ୍ୱତନ୍ତ୍ର ରେଳ ଯୋଗେ ଭୁବନେଶ୍ୱର ଠାରୁ ଖଲ୍ଲିକୋଟ ରେଳ ଷ୍ଟେସନ ପହଂଚିବା ପରେ ବିଜେପି ର କର୍ମକର୍ତା ଓ କର୍ମୀ ମାନେ ପୁଷ୍ପ ଗୁଚ୍ଛ ଉତ୍ତରୀୟ ଦେଇ ସ୍ୱାଗତ ଜଣାଇଥିଲେ l ତାଙ୍କ ସାଥି ରେ ରାଜ୍ୟ ବିଜେପି ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର ,ଅନିତା ଶୁଭଦର୍ଶନୀ ,ବରିଷ୍ଠ ନେତା ସୁରଥ ପ୍ରଧାନ ଓ ଜିଲ୍ଲା ସାଧାରଣ ସମ୍ପାଦକ ଅନିଲ ପଣ୍ଡା ,ବିଧାୟିକା ପ୍ରଥିନି ଭାରତୀ ବେହେରା ବରିଷ୍ଠ ନେତା ଅରୁଣ ପଣ୍ଡା ,ଯଜ୍ଞନରାୟଣ ଦାଶ ,ଶଙ୍କର ପ୍ରସାଦ ନାହାକ ,ମିଟୁ ସ୍ୱାଇଁ ,ଜଗନ୍ନାଥ ଭୁଁଆ ,ସନ୍ତୋଷ ରାଉତ ପ୍ରମୁଖ ଉପସ୍ଥିତ ଥିଲେ l କେନ୍ଦ୍ର ମନ୍ତ୍ରୀଙ୍କୁ ବ୍ୟାପକ ନିରାପତା ବଳୟ ମଧ୍ୟରେ ଅଣାଯାଇ ଖଲ୍ଲିକୋଟ ରାସ୍ତା ଦେଇ କୋଦଳା ଅଭିମୁଖେ ଯାତ୍ରା କରିଥିଲେ l କୋଦଳା ଠାରେ ଏକ ସାମ୍ବାଦିକ ସମ୍ମିଳନୀ ରେ ଯୋଗ ଦେଇ କବିସୂର୍ଯ୍ୟନଗର ଅଭିମୁଖେ ଯାତ୍ରା କରିଥିଲେ l

nis-ad
Leave A Reply

Your email address will not be published.