ଟିପିଏସ୍ଓଡିଏଲ ଦ୍ୱାରା ସାଧାରଣ ସଭା

ବ୍ରହ୍ମପୁର(୦୫/୦୭) : ଆଜି ପୂର୍ବାହ୍ନ ୧୦.୩୦ ଘଣ୍ଟ ସମୟରେ ଶକ୍ତିନଗର ଏକ୍ସଟେନ୍ସନ ଏବଂ ଓଁବିହାର ଅଞ୍ଚଳର ଦୀପକ ରେସିଡେନ୍ସି ଠାରେ ଟି.ପି.ଏସ୍.ଓ.ଡି.ଏଲ. ଦ୍ୱାରା ଏକ ସାଧାରଣ ସଭାର ଅଯୋଜନ ହୋଇଯାଇଛି। ଏଥିରେ ବିଭାଗୀୟ ଅଧିକ୍ଷଣଯନ୍ତ୍ରୀ,କାର୍ଯ୍ୟନିର୍ବାହୀଯନ୍ତ୍ରୀ,ସହକାରୀଯନ୍ତ୍ରୀ ଓ କନିଷ୍ଠଯନ୍ତ୍ରୀଙ୍କ ସମେତ ଅନ୍ୟ ପଦାଧିକାରୀ ତଥା କର୍ମଚାରୀଙ୍କ ସମେତ ହଳଦିଆପଦର ପଞ୍ଚାୟତର ସମ୍ମାନନୀୟ ସରପଞ୍ଚ ଓ ସମିତିସଭ୍ୟ ମହୋଦୟ ସଭାରେ ମଞ୍ଚାସୀନ ଥିଲେ। ଆମ ସଙ୍ଗଠନ ଓ.ଏସ୍.ୱାଇ.ସି. ତରଫରୁ ସଭାପତି ଉମା ଶଙ୍କର ସାହୁ ଏବଂ ସାଧାରଣ ସମ୍ପାଦକ ଅନନ୍ତ ନାରାୟଣ ମହାନ୍ତି ମଧ୍ୟ ସଭାରେ ଉପସ୍ଥିତରହି ଅଞ୍ଚଳର ବିଭିନ୍ନ ସମସ୍ୟା ସମ୍ବନ୍ଧରେ ଅଧିକାରୀଙ୍କ ଦୃଷ୍ଟିଆକର୍ଷଣ କରିଥିଲେ। ସେହି ସାଧାରଣ ସଭାରେ ଆମ ଅଞ୍ଚଳକୁ ଆଗାମୀ ଦିନରେ ଗୋଟିଏ ଆଦର୍ଶ ଗ୍ରାମପଞ୍ଚାୟତ ଭାବରେ ଘୋଷଣା କରିବା ନିମନ୍ତେ ଟି.ପି.ଏସ୍.ଓ.ଡି.ଏଲ. ତରଫରୁ ପ୍ରାଥମିକ ଭାଵରେ ପଦକ୍ଷେପ ନିଆଯାଇଥିବା ଅଧିକାରୀ ମାନେ ଅବଗତ କରାଇଲେ। ସଦାନନ୍ଦ ବିହାର, ନଳିନୀ ବିହାର, ଶକ୍ତିନଗର ଏବଂ ଓଁବିହାର ଅଞ୍ଚଳ ସମେତ ସମ୍ପୂର୍ଣ୍ଣ ହଳଦିଆପଦର ଅଞ୍ଚଳରେ ଥିବା ସମସ୍ତ ଟ୍ରାନ୍ସଫର୍ମର ଗୁଡିକର କ୍ଷମତାବୃଦ୍ଧି ନିମନ୍ତେ, ପ୍ରତ୍ୟେକ ଗଳିକୁ ଥ୍ରୀ-ଫେଜ କେଵଲ ଟଣା ନିମନ୍ତେ, ଆୟପ୍ପାମନ୍ଦିର ନିକଟରେ ଗୋଟିଏ ନୁଆଁ ଟ୍ରାନ୍ସଫର୍ମର ବସାଇବା ନିମନ୍ତେ, ସଦାନନ୍ଦବିହାର ଓଭରବ୍ରିଜ ନିକଟ ଟ୍ରାନ୍ସଫର୍ମରକୁ ଘୁଞ୍ଚାଇବା ନିମନ୍ତେ ଆମ ସଙ୍ଗଠନର ସାଧାରଣ ସମ୍ପାଦକ ଅନନ୍ତ ନାରାୟଣ ମହାନ୍ତି ସଭାରେ ଦୃଢ଼ଦାବୀ ଉପସ୍ଥାପନ କରିଥିଲେ ଏବଂ ସମସ୍ତ ଦାବିକୁ ସକାରତ୍ମକ ଭାବରେ ଗ୍ରହଣ କରି ବିଭାଗୀୟ ଅଧିକାରୀ ଏବଂ ପଞ୍ଚାୟତ କର୍ତ୍ତୃପକ୍ଷ ତ୍ୱରିତ ସମାଧାନ ନିମନ୍ତେ ପ୍ରତିଶ୍ରୁତି ଦେଇଥିବା ଯୋଗୁଁ ଓଁବିହାର ଶକ୍ତିନଗର ୟୁଥ କମିଟି ସଭିଙ୍କୁ ଧନ୍ୟବାଦ ଦେଉଅଛି।

nis-ad
Leave A Reply

Your email address will not be published.