ସଂସ୍କୃତି ଭବନଠାରେ କଳାକାରଙ୍କ ପ୍ରତିପାଦନ ଓ ସାମର୍ଥ୍ୟ ପରୀକ୍ଷା ଆୟୋଜିତ

ମାଲକାନଗିରି : ମାଲକାନଗିରି ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ସାଂସ୍କୃତିକ ଦଳ ପରିଚାଳନା ସଂସ୍ଥା(ସି.ଟି.ଏମ.ଏସ ) ମାଧ୍ୟମରେ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗରେ ମାଲକାନଗିରି ଜିଲ୍ଲାର ଅନ୍ ଲାଇନରେ ପଂଜିକୃତ ହୋଇସାରିଥିବା ୧୨ ଗୋଟି ଦଳର(୧୬୩ ଜଣ କଳାକାର)ଆଜି ସେମାନଙ୍କର ପ୍ରତିପାଦନ ଓ ସାମର୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମ ଜିଲା ସଂସ୍କୃତି ଭବନ ଠାରେ କରାଯାଇଛି । ଏଥିରେ ୬ ଜଣ ବିଚାରକ ମଣ୍ଡଳୀ ଚୟନ ପ୍ରକ୍ରିୟାରେ ସାମିଲ ରହି କଳାକାରମାନଙ୍କର ସାମର୍ଥ୍ଯ ଯାଞ୍ଚ କରିଥିଲେ । ମାଲକାନଗିରି ମହାବିଦ୍ୟାଳୟର ଅଧକ୍ଷ୍ୟ ଶ୍ରୀ ଅଶୋକ କୁମାର ଷଢଙ୍ଗୀ, ବରିଷ୍ଠ କଳାକାର ଶ୍ରୀ ଧନୁର୍ଜୟ ହନ୍ତାଳ, କଳlକାର ଶ୍ରୀ ଧନଫୁଲ ବାରିକ ,ଜିଲା ସଂସ୍କୃତି ଅଧିକାରୀ ଶ୍ରୀମତୀ ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ ଓ ଜ୍ଜିଲା ସଂସ୍କୃତି ସଂଯୋଜକ ଶ୍ରୀ ଏମ. ତେଜେଶ୍ୱର ଏହି ଵିଚାରକ ମଣ୍ଡଳୀ ଉପସ୍ଥିତି ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।ଏହି ପ୍ରକ୍ରିୟା ଓ କାର୍ଯ୍ୟକ୍ରମ ମାଧ୍ୟମରେ ଆଗାମୀଦିନରେ ସଂପୃକ୍ତ ବିଭାଗ ତରଫରୁ କଳାକାରମାନଙ୍କୁ ବିଭିନ୍ନ ସୁଯୋଗ ଯୋଗାଇ ଦିଆଯିବ। ପରିଶେଷରେ ଜିଲ୍ଲା ସଂସ୍କୃତି ଅଧିକାରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମକୁ ସମାପନ କରିଥିଲେ ।

nis-ad
Leave A Reply

Your email address will not be published.