ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ରାୟଗଡା ବିଧାୟକ ମକରନ୍ଦ ମୁଦୁଲି

ଭୁବନେଶ୍ୱର:ରାଷ୍ଟ୍ରପତି ନିର୍ବାଚନ ପାଇଁ ରାଜନୀତିର ପଶାଖେଳ ଆରମ୍ଭ ହୋଇଛି । ଏହାରି ମଧ୍ୟରେ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବେ ରାୟଗଡ଼ାର ସ୍ବାଧୀନ ବିଧାୟକ ମକରନ୍ଦ ମୁଦୁଲି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଆଲୋଚନା ପରେ ଘୋଷଣା କରିଛନ୍ତି ମକରନ୍ଦ । ବିଜେଡି ମଧ୍ୟ ପୂର୍ବରୁ ଦ୍ରୌପଦୀଙ୍କୁ ସମର୍ଥନ ଜଣାଇସାରିଛି ।

ଦ୍ରୌପଦୀଙ୍କୁ ସମର୍ଥନ ପାଇଁ କଂଗ୍ରେସକୁ ଅପିଲ କଲେ CM ନବୀନ । କଂଗ୍ରେସ ବିଧାୟକ ଦଳ ନେତା ନରସିଂହଙ୍କୁ ଭେଟିଛନ୍ତି ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ଏହା ସହ ନରସିଂହଙ୍କ ସହ ଫୋନ୍‌ରେ କଥା ହୋଇଛନ୍ତି ନବୀନ ।

ସୂଚନାଯୋଗ୍ୟ, ଆସନ୍ତା ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ହେବ ଏବଂ ଜୁଲାଇ ୨୧ ରେ ମତଗଣନା ହେବ । ଏନଡିଏ ତରଫରୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଦ୍ରୌପଦୀ ମୁର୍ମୁଙ୍କୁ ମନୋନୀତ କରିଥିବାବେଳେ ମିଳିତ ବିରୋଧୀ ମେଣ୍ଟ ଯଶୱନ୍ତ ସିହ୍ନାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ମନୋନୀତ କରିଛନ୍ତି । ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ ନେଇ ବିଧାନସଭାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ବିଧାନସଭାର ୫୪ ନମ୍ବର ରୁମରେ ଭୋଟ ଗ୍ରହଣ ହେବ । ଷ୍ଟ୍ରଙ୍ଗ ରୁମ ଉପରେ କଡ଼ା ନଜର ରଖିବାକୁ ନିଷ୍ପତ୍ତି ନିଆଯାଇଛି । ସ୍ବଚ୍ଛ ଓ ଅବାଧ ନିର୍ବାଚନ କରିବା ନେଇ ବୈଠକରେ ଆଲୋଚନା ହୋଇଛି ।

nis-ad
Leave A Reply

Your email address will not be published.