ଭୁବନେଶ୍ୱରରେ ପୁଣି ଜଣେ ଛାତ୍ରୀଙ୍କ ଆତ୍ମହତ୍ୟା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପୁଣି ଜଣେ ଛାତ୍ରୀଙ୍କ ଆତ୍ମହତ୍ୟା । ସହିଦନଗର ଥାନା ଅନ୍ତର୍ଗତ ଆଚାର୍ୟ୍ୟବିହାରସ୍ଥିତ ଏକ ଭଡ଼ା ଘରୁ ଛାତ୍ରୀଙ୍କର ମୃତଦେହ ଉଦ୍ଧାର ହୋଇଛି। ମୃତ ଛାତ୍ରୀଙ୍କ ନାଁ ଆଶ୍ରିତା ପଟ୍ଟନାୟକ। ଭଦ୍ରକ ଅଂଚଳରେ ତାଙ୍କ ଘର । ସେ ଭୁବନେଶ୍ୱରରେ ରହି ଏକ ଘରୋଇ ଇଞ୍ଜିନିୟରିଂ କଲେଜ୍ ରେ ପାଠ ପଢ଼ୁଥିଲେ ।

ସେ ଆଚାର୍ୟ୍ୟ ବିହାର ପାଣିଟାଙ୍କି ନିକଟରେ ଥିବା ଏକ ଭଡ଼ା ଘରେ ରହୁଥିଲେ। ସେ ଭଡ଼ା ଘରେ ରହି ଏକ ଘରୋଇ ଇଞ୍ଜିନିୟରିଂ କଲେଜ୍ ରେ ଏମ୍ ସି ଏ ପଢ଼ୁଥିଲେ। କମିସନରେଟ୍ ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। 

nis-ad
Leave A Reply

Your email address will not be published.