କାଜୁ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଆଠଗଡ: ଆଠଗଡ ଥାନା ଅନ୍ତର୍ଗତ ରାଉତରାପୁର ଗ୍ରାମ ପାଖରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଗ୍ରାମର ରାସ୍ତା ପାର୍ଶ୍ଵରେ ଥିବା ବିଦ୍ୟୁତ ଟ୍ରାନ୍ସଫର୍ମ ସମ୍ମୁଖ କାଜୁ ଗଛରେ ଏହି ଅଚିହ୍ନା ଯୁବକଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଦେଖିବାକୁ ମିଳିଛି । ଯୁବକଙ୍କ ପକେଟରେ ମୋବାଇଲ୍‌ ଥିବା ବେଳେ କେହି ଫୋନ୍‌ କରୁଥିବାରୁ ଏହା ରିଙ୍ଗ୍‌ ହେଉଛି ।

କିଛି ଦୂରରେ ଏକ ବାଇକ୍‌ ଥୁଆ ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି । ତେବେ ଯୁବକ ଜଣଙ୍କୁ ହତ୍ୟା କରାଯାଇଛି କି ସେ ଆତ୍ମହତ୍ୟା କରିଛନ୍ତି ସେନେଇ ସନ୍ଦେହ ସୃଷ୍ଟି ହୋଇଛି I ଘଟଣା ସ୍ଥଳରେ ଆଠଗଡ ପୋଲିସ ପହଞ୍ଚି ଥିବା ବେଳେ ତଦନ୍ତ ଜାରି ରହିଛି ।

nis-ad
Leave A Reply

Your email address will not be published.