ନୂଆ ବିଏମ୍‌ସି କମିଶନରଙ୍କୁ ସ୍ବାଗତ

ବ୍ରହ୍ମପୁର : ବ୍ରହ୍ମପୁର ସହର ତଳି ଅଞ୍ଚଳକୁ ମହାନଗର (BMC) ସହ ଶୀଘ୍ର ମିଶାଇବା, ବିପର୍ଯ୍ୟସ୍ତ ରାସ୍ତାଘାଟ ର ଅବସ୍ଥା ସୁଧାରିବା, ଗେଟ ବଜାର, ଫାଷ୍ଟ ଗେଟ ଓ କମାପଲ୍ଲୀ ଠାରେ ଫ୍ଲାଇଓଭର ନିର୍ମାଣ କରିବା, ଶାରୀରିକ ଅକ୍ଷମ ମାନଙ୍କୁ ଦୃଷ୍ଟି ରେ ରଖି ଟ୍ରାଫିକ ବ୍ୟବସ୍ଥା କରିବା, ବ୍ରହ୍ମପୁର ଫୁଡ୍ ବଜାର ନିର୍ମାଣ କରିବା ଓ ଅନ୍ୟାନ୍ୟ ଦାବି କୁ ନେଇ ଓଡ଼ିଶା ଡେଭଲପମେଣ୍ଟ ଫୋରମ୍ ତରଫରୁ ବ୍ରହ୍ମପୁର ମହାନଗର କମିଶନର ଜେ ସୋନାଲ ଙ୍କୁ ଦାବିପତ୍ର ପ୍ରଦାନ କରାଯିବା ସହ ନୂଆ କମିଶନର ଙ୍କୁ ସ୍ଵାଗତ କରାଯାଇଛି। ସୂଚନା ଅନୁସାରେ ୨୦୦୮ ଡିସେମ୍ବର ୨୯ ତାରିଖ ର State Gazette Notification ରେ ସହର ତଳି ଅଞ୍ଚଳର ୨୬ ଟି ପଞ୍ଚାୟତ କୁ ବ୍ରହ୍ମପୁର ସହିତ ମିଶ୍ରଣ କରାଯାଇ ବୃହତ୍ତ ବ୍ରହ୍ମପୁର ଗଠନ ହେବାକଥା କିନ୍ତୁ ମୁଖ୍ୟମନ୍ତ୍ରୀ, ସ୍ଥାନୀୟ ଜନପ୍ରତିନିଧି ଏବଂ ପ୍ରଶାସନିକ ସ୍ତରର ଉଦାସୀନତା ଓ ଗଞ୍ଜାମ ଜିଲ୍ଲା ପ୍ରତି ବୈମାତୃକ ମନୋଭାବ ଯୋଗୁଁ ସହର ତଳି ଅଞ୍ଚଳ ବ୍ରହ୍ମପୁରରେ ମିଶି ପାରୁ ନାହିଁ ଓ ସହରରେ ବିକାଶ କାର୍ଯ୍ୟ ଅବହେଳିତ ହୋଇ ଆସୁଛି। ମାନନୀୟ ଓଡ଼ିଶା ଉଚ୍ଚନ୍ୟାୟାଳୟର ନିର୍ଦ୍ଦେଶ କୁ ମଧ୍ୟ ଓଡ଼ିଶା ସରକାର ଭୂକ୍ଷେପ କରୁନଥିବା ଦେଖାଯାଉଛି। ଏହା ସହ ସହରର ଟ୍ରାଫିକ ସମସ୍ୟା ର ସମାଧାନ ପାଇଁ ଫ୍ଲାଇ ଓଭର ବ୍ରିଜ୍, ପାଦଚଲା ବ୍ରିଜ୍ , ପାଦଚଲା ରାସ୍ତା ଆଦି ତିଆରି କରିବା ନିମନ୍ତେ ଦାବୀପତ୍ର ରେ ଉଲ୍ଲେଖ କରାଯାଇଛି। ଉପରୋକ୍ତ ଦାବୀ ଗୁଡ଼ିକ ଶିଘ୍ର ପୂରଣ କରିବା ପାଇଁ ଚେଷ୍ଟା କରିବି ବୋଲି ଶ୍ରୀ ସୋନାଲ ଓଡ଼ିଶା ଡେଭଲପମେଣ୍ଟ ଫୋରମ୍ କାର୍ଯ୍ୟକର୍ତ୍ତା ଙ୍କୁ ପ୍ରତିଶୃତି ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଡେଭଲପମେଣ୍ଟ ଫୋରମ୍ ର ସଭାପତି ରାମ ପ୍ରସାଦ ତ୍ରିପାଠୀ, ଉପସଭାନେତ୍ରୀ ଶ୍ରୀମତୀ ବବିତା ପାତ୍ର, ସଚିବ V.ସୋମେଶ୍ୱର ରାଓ, ପ୍ରିତିଶ ପାଣିଗ୍ରାହୀ, ସହ ସଚିବ ମାନସ ରଞ୍ଜନ ପାତ୍ର, କିରଣ କୁମାର ପଣ୍ଡା, ସନ୍ତୋଷ କୁମାର ସାହୁ, ରମେଶ ଚନ୍ଦ୍ର ପଣ୍ଡା ଙ୍କ ସମେତ ବହୁ ସଂଖ୍ୟାରେ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ l

nis-ad
Leave A Reply

Your email address will not be published.