କୁଠାରୀ ମନ୍ଦିରରୁ ମା’ ଠାକୁରାଣୀଙ୍କ ଅଳଙ୍କାର ଚୋରି

ବ୍ରହ୍ମପୁର : ବଡ଼ ବଜାର ଥାନା ଅନ୍ତର୍ଗତ ପୁରୁଣା ବ୍ରହ୍ମପୁର କୁଠାରୀ ମନ୍ଦିର ସାହି ସ୍ଥିତ ମା କୁଠାରୀ ମନ୍ଦିରରୁ ସୁନା ଓ ରୂପା ଚୋରି ହୋଇଥିବା ଅଭିଯୋଗ ହୋଇଛି l ଏ ନେଇ ମନ୍ଦିର କମିଟି କର୍ମକର୍ତ୍ତାମାନେ ବଡ ବଜାର ଥାନାରେ ଲିଖିତ ଅଭିଯୋଗ କରିଥିଲେ l ଅଭିଯୋଗକୁ ଭିତ୍ତି କରି ପୁଲିସ ୧୬୫ / ୨୨ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି l ଅଭିଯୋଗ ପ୍ରକାରେ ଗତକାଲି ରାତ୍ର ପ୍ରାୟ ୮ଟା ସମୟରେ ଉକ୍ତ ମନ୍ଦିରର ମା ଠାକୁରାଣୀଙ୍କ ୧୨ଗ୍ରାମ ସୁନାର ଦୁଇ କାନଫୁଲ ଓ ୧୭୦ଗ୍ରାମ ରୂପାର ଜିଭ ଓ ଅନ୍ୟାନ୍ୟ ଅଳଙ୍କାର ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା l ଘଟଣା ସ୍ଥଳ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଆଖପାଖ ଅଞ୍ଚଳରେ ଲାଗିଥୁବା ସିସିଟିଭି ଫୁଟେଜ ଯାଞ୍ଚ କରି ଫେରିଥିଲା । ଆଜି ଘଟଣା ସ୍ଥଳେ ସନ୍ଧାନି କୁକୁର , ସାଇଣ୍ଟିଫିକ୍ ଟିମ ପହଞ୍ଚି ପୁଲିସ ସହାୟତାରେ ତଦନ୍ତ କରିଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ କି ଗତକାଲି ରାତିରେ ମନ୍ଦିର ବନ୍ଦ ଥିବା ବେଳେ ସ୍ଥାନୀୟ ଅଞ୍ଚଳର ଜଣେ ନାବାଳକ ଓ ମନ୍ଦିର ପୂଜାରୀ ମନ୍ଦିର ଭିତରେ ଥିବା ଜଣାପଡିଛି । ତେବେ ଉକ୍ତ ଚୋରି କେଉଁମାନେ କରିଛନ୍ତି ତାହା ବର୍ତମାନ ସୁଦ୍ଧା ସ୍ଵଷ୍ଟ ହୋଇନଥିବା ବେଳେ ପୁଲିସ ଉପରୋକ୍ତ ଦୁଇଜଣ ହିଁ ଚୋରି କରିଥିବା ସନ୍ଦେହ କରୁଛି l ଅନ୍ୟପଟେ ତୁରନ୍ତ ଘଟଣାର ତଦନ୍ତ କରି ସଂପୃକୃଥିବା ଚୋରକୁ ଧରିବା ପାଇଁ ପୁଲିସକୁ ଅନୁରୋଧ କରିଛନ୍ତି ମନ୍ଦିର କମିଟି କର୍ମକର୍ତ୍ତାମାନେ l ବର୍ତ୍ତମାନ ଦେଖିବା କଥା ଚୋର ମାନଙ୍କ ଟାର୍ଗେଟ ରେ ଏବେ ବ୍ରହ୍ମପୁର ମନ୍ଦିର ଗୁଡିକ, ପ୍ରକାଶ ଥାଉକି କିଛି ମାସ ତଳେ ଗୋସାଇଁନୂଆଗାଁ ଥାନା ଅନ୍ତର୍ଗତ ମା’ କାଳି ମନ୍ଦିରରୁ ଟଙ୍କା ହୁଣ୍ଡି ଓ ନୀଳକଣ୍ଠେଶ୍ଵର ରୋଡରେ ଥିବା ସ୍ୱାମ୍ମୀ ଆୟାପ୍ପା ମନ୍ଦିରରୁ ମୁକୁଟ ସମେତ ବିଭିନ୍ନ ଅଳଙ୍କାର ଚୋରି ହୋଇଥିଲା l ସେହିପରି ପୁରୁଣା ବ୍ରହ୍ମପୁର ମେଣ୍ଟୁ ଛକ ଠାରେ ଥିବା ରାଧାକୃଷ୍ଣ ମନ୍ଦିରରୁ ରୁପା ମୁକୁଟ ଚୋରି ହୋଇଥଲା l ହେଲେ ଚୋର ମାନେ କଣ ପାଇଁ ମନ୍ଦିର ଗୁଡିକୁ ଟାର୍ଗେଟରେ ରଖିଛନ୍ତି l ମନ୍ଦିର ଗୁଡିକର କମିଟି ଖାମଖିଆଲି ସହିତ ପୋଲିସ ମଧ୍ୟ ହାତ ବାନ୍ଧି ବସିଛି l

nis-ad
Leave A Reply

Your email address will not be published.