ଶୁଭାରମ୍ଭ ର ଦୁଇ ବର୍ଷ ପରେ ମଧ୍ୟ ସ୍ୱାଭିମାନ ଅଞ୍ଚଳ ଯୋଡ଼ାମ୍ବ କୁ ଗଡ଼ିଲାନି ଗାଡି…

ଚିତ୍ରକୋଣ୍ଡା :- ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ଯୋଡ଼ାମ୍ବ ପଞ୍ଚାୟତକୁ ଶୁଭାରମ୍ଭ ର ଦୁଇ ବର୍ଷ ପରେ ମଧ୍ୟ ଚାଳିପାରିଲାନି ଓଏସଆରଟିସି ବସ l ଜିଲ୍ଲା ସଦର ମହକୁମା ସହିତ ଯୋଡ଼ାମ୍ବ ପଞ୍ଚାୟତ କୁ ସିଧସଳଖ ଯୋଗାଯୋଗ ସ୍ଥାପନ ପାଇଁ ୨୦୨୦ ଜୁଲାଇ ୧୦ ରେ ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା,ମାଲକାନଗିରି ପୂର୍ବତନ ଜିଲ୍ଲାପାଳ ମନୀଷ ଅଗ୍ରୱାଲ ଙ୍କ ଉପସ୍ଥିତିରେ କାଲିମେଳା ଠାରୁ ଯୋଡ଼ାମ୍ବ ପର୍ଯ୍ୟନ୍ତ ମାର୍ଗର ଶୁଭାରମ୍ଭ କରାଯାଇଥିଲା।nଇତି ମଧ୍ୟରେ ଦୁଇବର୍ଷ ବିତିବାକୁ ବସିଲାଣି ଆଜି ପର୍ଯ୍ୟନ୍ତ ଏହି ଓଏସଆରଟିସି ବସ ଗୋଟିଏ ଦିନ ମଧ୍ୟ ଯୋଡ଼ାମ୍ବ ପର୍ଯ୍ୟନ୍ତ ଆସିନାହିଁ ବୋଲି ସେଠାକାର ଜନସାଧାରଣ ପ୍ରକାଶ କରିଛନ୍ତି । ଉକ୍ତ ବସ ଟି ଜନ୍ତାପାଇ ପର୍ଯ୍ୟନ୍ତ ଚଲା ଚଳ କରୁଛି ଜନ୍ତାପାଇ ଠାରୁ ଯୋଡ଼ାମ୍ବ ର ଦୂରତା ପ୍ରାୟ ମାତ୍ର ୨୦ କିଲୋମିଟର ହେଵ,ଯୋଡ଼ାମ୍ବ ପର୍ଯ୍ୟନ୍ତ କୌଣସି ବି ଗମନା ଗମନ ର ସୁବିଧା ନଥିବାରୁ ସେହି ଅଞ୍ଚଳର ଲୋକମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ସ୍ୱାଭିମାନ ଅଞ୍ଚଳର ବିକାଶ ପାଇଁ ଓଡ଼ିଶା ସରକାର ଗୋଟିଏ ପରେ ଗୋଟିଏ ଯୋଜନା କରି ପଦକ୍ଷେପ ନେଉଥିବାବେଳେ ଓଏସଆରଟିସି କତୃପକ୍ଷଙ୍କୁ ମନମୁଖୀ କାର୍ଯ୍ୟ ଯୋଗୁଁ ସ୍ୱାଭିମାନ ଅଞ୍ଚଳର ଯୋଡ଼ାମ୍ବ ବସ ଯାତାୟାତ ନକରିବାରୁ ଯୋଡ଼ାମ୍ବ,ପଣଷପୁଟ, ଗାଜୁଲୁମାମୁଡି, ଯନ୍ତ୍ରୀ ଓ ଅଣ୍ଡିରାପାଲି ପଞ୍ଚାୟତର ଜନସାଧାରଣ ଆଜି ମଧ୍ୟ ବସ ସେବାରୁ ବଞ୍ଚିତ ଅଛନ୍ତି । ଉକ୍ତ ପଞ୍ଚାୟତ ଅଞ୍ଚଳ ବାସି ଦାବି କରିଛନ୍ତି ଜନ୍ତାପାଇ ପର୍ଯ୍ୟନ୍ତ ଆସୁଥିବା ବସ କୁ ଯୋଡ଼ାମ୍ବ ପର୍ଯ୍ୟନ୍ତ ଚଳେଇବା ସହ ଯୋଡ଼ାମ୍ବ ଠାରୁ ଜୟପୁର ପର୍ଯ୍ୟନ୍ତ ଗୋଟିଏ ବସ ଚଲାଇବା ସହ ଓଡ଼ିଶାର ରାଜାଧନୀ ସହ ସ୍ୱାଭିମାନ ଅଞ୍ଚଳର ସିଧା ସଳଖ ଯୋଗା ଯୋଗ ପାଇଁ ଭୁବନେଶ୍ୱର ଠାରୁ ସ୍ୱାଭିମାନ ଅଞ୍ଚଳର ଯୋଡ଼ାମ୍ବ ପର୍ଯ୍ୟନ୍ତ ବସ ଚଲେଇବା ପାଇଁ ଦାବି କରିଛନ୍ତି। ଅବିଳମ୍ବେ ସ୍ୱାଭିମାନ ଅଞ୍ଚଳ ବସ ସେବା ଯୋଗାଇ ଦେବକୁ ସାଧାରଣ ରେ ଦାବି ହେଉଛି l

nis-ad
Leave A Reply

Your email address will not be published.