ଆସନ୍ତାକାଲି ଘୋଷଣା ହେବ ମାଟ୍ରିକ୍ ରେଜଲ୍ଟ ତାରିଖ

ଭୁବନେଶ୍ୱର: ଆସନ୍ତାକାଲି ଘୋଷଣା ହେବ ମାଟ୍ରିକ୍ ରେଜଲ୍ଟ ତାରିଖ । ବିଧାନସଭା ପରିସରରେ ଦିନ ୧୦ଟା ୩୦ରେ ମାଟ୍ରିକ ରେଜଲ୍ଟ ତାରିଖ ଘୋଷଣା ହେବ । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ତାରିଖ ଘୋଷଣା କରିବେ ।

ସୂଚନା ଅନୁସାରେ, ମାର୍ଚ୍ଚ ୨୯ ତାରିଖରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇ ମେ ୧୦ ତାରିଖରେ ଶେଷ ହୋଇଥିଲା । ଚଳିତ ବର୍ଷ ୫ ଲକ୍ଷ ୩୮ ହଜାର ପିଲା ପରୀକ୍ଷା ଦେଇଥିଲେ । ସେହିପରି ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାର୍ଟ-୧ ଅବ ଜେକ୍ଟିଭ ପରୀକ୍ଷା ସକାଳ ୮ଟାରୁ ୯ଟା ଓ ପାର୍ଟ-୨ ସବ୍ ଜେକ୍ଟିଭ୍ ୯ଟାରୁ ୧୦ଟା ପର୍ଯ୍ୟନ୍ତ ଚାଲିଥିଲା ।

nis-ad
Leave A Reply

Your email address will not be published.