ଆଡ଼ପ ମଣ୍ଡପକୁ ବିଜେ କଲେ ଚତୁର୍ଦ୍ଧାମୂରତି

ପୁରୀ: ଭକ୍ତିମୟ ପରିବେଶରେ ଜନ୍ମବେଦୀକୁ ବିଜେ କରିଛନ୍ତି ଚତୁର୍ଦ୍ଧାମୂରତି । ଭକ୍ତଙ୍କ ଗହଣରେ ଶରଧାବାଲିରୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଗୋଟି ପହଣ୍ଡିରେ ଯାଇଛନ୍ତି ଚାରିଠାକୁର । ଆଡ଼ପବିଜେ ଦେଖିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁ ଶରଧାବାଲିରେ ଭିଡ ଜମାଇଛନ୍ତି । ମହାପ୍ରଭୁଙ୍କୁ ପାଖରୁ ଦେଖିବା ପାଇଁ, ମହାବାହୁଙ୍କ ଦର୍ଶନ କରି ଆଶୀର୍ବାଦ ନେବା ପାଇଁ ଆସିଥିବା ଶ୍ରଦ୍ଧାଳୁଙ୍କ ଭିଡ ଶରଧାବାଲିରେ ଜମିଛି ।

ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହେଉଛି ଶ୍ରୀଗୁଣ୍ଡିଚା ମନ୍ଦିର । ଆସନ୍ତାକାଲି ଶ୍ରୀଗୁଣ୍ଡିଚା ମନ୍ଦିରରେ ଦର୍ଶନ ଦେବେ ମହାପ୍ରଭୁ । କାଲିଠାରୁ ଆଡ଼ପ ଅବଢ଼ା ବାହାରିବ । ବାହୁଡ଼ା ପର୍ଯ୍ୟନ୍ତ ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବଢ଼ା ମିଳିବ ।

nis-ad
Leave A Reply

Your email address will not be published.