ବିକାଶମୁଖୀ ବଜେଟ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର, ୨।୭ ରାଜ୍ୟର ପୂର୍ଣ୍ଣାଙ୍କ ବଜେଟ ବିଧାନସଭାରେ ଶନିବାର ରାଜ୍ୟ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଉପସ୍ଥାପନ କରିଛନ୍ତି। ୨୦୨୨-୨୩ ଆର୍ଥିକ ବର୍ଷ ନିମନ୍ତେ ୨ ଲକ୍ଷ କୋଟ ଟଙ୍କାର ବଜେଟ ଉପସ୍ଥାପିତ ହୋଇଛି। ବଜେଟରେ କୃଷି, ସ୍ବାସ୍ଥ୍ୟ, ଓ ଶିକ୍ଷା ସହ ରାଜ୍ୟର ବିକାଶକୁ ଗୁରୁତ୍ବ ଦିଆଯାଇଛି। ଏହା ଏକ ବିକାଶମୁଖୀ ବଜେଟ ବୋଲି ମୁଖ୍ୟମନ୍ତ୍ରୀ ନବନୀ ପଟ୍ଟନାୟକ ପ୍ରତିକ୍ରିୟାରେ କହିଛନ୍ତି।

୨୦୨୨-୨୩ ରାଜ୍ୟ ବଜେଟ୍ ଏକ ପ୍ରଗତିଶୀଳ ବଜେଟ । ଏହା ଗରିବଙ୍କ ସହାୟତା ଓ ବିକାଶମୁଖି ବଜେଟ ବୋଲି କହିଛନ୍ତି। ସ୍ବାସ୍ଥ୍ୟ ସେବାର ଗୁଣାତ୍ମକ ମାନବୃଦ୍ଧି ପାଇଁ ବଜେଟରେ ପ୍ରାଥମିକତା ଦିଆଯାଇଛି । ଗୁଣାତ୍ମକ ଶିକ୍ଷା ଭିତ୍ତିଭୂମିର ବିକାଶ ଉପରେ ସ୍ବତନ୍ତ୍ର ଧାନ ଦିଆଯାଇଛି । ୫ଟି ଓ ମୋ’ ସରକାର କାର୍ଯ୍ୟକ୍ରମକୁ ଆଖିରେ ରଖି ବଜେଟ ପ୍ରସ୍ତୁତ କରାଯାଇଛି । ରାଜ୍ୟର ସର୍ବଙ୍ଗୀନ ବିକାଶରେ ବଜେଟ ବେଶ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

nis-ad
Leave A Reply

Your email address will not be published.