କନ୍ଧମାଳ ଜିଲ୍ଲା ପ୍ରେସ କ୍ଳବ ଓ ଅନ୍ୟାନ୍ୟ ସଂଗଠନ ପକ୍ଷରୁ ସମ୍ପାଦକ ଅର୍ଦ୍ଧେନ୍ଦୁଙ୍କ ଅନ୍ୟାୟ ଗିରଫଦାରୀ କୁ ନେଇ ପ୍ରତିବାଦ…

ଫୁଲବାଣୀ : ରାଜ୍ୟର ଜଣାଶୁଣା ବରୀଷ୍ଠ ସାମ୍ବାଦିକ ତଥା ବଡ଼ ଖବରର ମୁଖ୍ୟ ସଂପାଦକ ଅର୍ଦ୍ଧେନ୍ଦୁ ଦାସଙ୍କୁ ଜାଣିଶୁଣି ଉଦ୍ଦେଶ୍ୟମୂଳକ ଭାବେ କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ଗିରଫର ତୀବ୍ର ପ୍ରତିବାଦ କରିଛି ଜିଲ୍ଲା ପ୍ରେସକ୍ଲବ। ଅର୍ଦ୍ଧେନ୍ଦୁଙ୍କୁ ଗୁରୁବାର ଗିରଫ କରିଛି ଇଓଡବ୍ଲ।ଫଳରେ ଶୁକ୍ରବାର ଫୁଲବାଣୀ ପ୍ରେସ କ୍ଳବଠାରେ ସଭାପତି ସୁନୀଲ ପଟ୍ଟନାୟକଙ୍କ ସଭାପତିତ୍ଵରେ ଆୟୋଜିତ ପ୍ରତିବାଦ ସଭାରେ ବରିଷ୍ଠ ସାମ୍ବାଦିକ ଡ଼. ଅରୂପ ଜେନା, ଯୋଗ ଦେଇ ସାମ୍ବାଦିକ ମାନଙ୍କପ୍ରତି ଏଭଳି ଅନ୍ୟାୟକୁ କଦାପି ବରଦାସ୍ତ କରାଯିବନି ବୋଲି କହିଥିଲେ lପ୍ରେସ କ୍ଳବର କାର୍ଯ୍ୟକାରୀ ସଭାପତି ଅଶୋକ ପରୀଡ଼ା, ଉପ ସଭାପତି ସତ୍ୟ ନାରାୟଣ ବେହେରା, ତ୍ରିନାଥ ସାହୁ, ସନ୍ତୋଷ ଡିଗଲ,ପ୍ରଶାନ୍ତ ଜେନା, ଶିବରାମ ନାଏକ, ସୁଧୀର ମହାରଣା , କୁନା ଦିଗଲ, କନ୍ଧମାଳ ମିଡିଆ ଫରୋମ ସଂପାଦକ ସୂର୍ଯ୍ୟ ନାରାୟଣ ବେହେରା, ଉପସଭାପତି ଆଦିତ୍ୟ ପ୍ରସାଦ ତ୍ରିପାଠୀ, ବଡ଼ ଖବର ପ୍ରତିନିଧି ବାପି ପଟ୍ଟନାୟକ, ସାମ୍ବାଦିକ ଶିବ ରାମ ନାୟକ, ରଞ୍ଜନ ଦାଶ, ସଦାଶିବ ପାତ୍ର, ଶିବ ବିଶ୍ୱାଳ,ଖିରୋଦ ସାହାଣୀ, ଅଚ୍ୟୁତ ସେଠି,ହୂରଞ୍ଜନ ସେଠି, ବ୍ରଜ ମୋହନ ନାୟକ, ସିପୁନ, କାହ୍ନl ପଟନାୟକ,ସଞ୍ଜୟ ପାତ୍ର, ସନ୍ତୋଷ ନାୟକ, ଅଶୋକ ମହାନ୍ତି, ବିଶ୍ୱରଂଜନ ସାମନ୍ତ ରାୟ, ପ୍ରମୁଖ ଯୋଗଦେଇ ଘଟଣାରତୀବ୍ର ନିନ୍ଦା କରିବା ସହ ତୁରନ୍ତ ତାଙ୍କୁ ଛାଡିଦେବା ଲାଗି ଦାବୀ କରିଥିଲେ । ରାଜ୍ୟ ସରକାରଙ୍କ ଦୁର୍ନିତୀ , ଅନିୟମିତତା, ସଂପର୍କିତ ଖବର ନିର୍ଭିକ୍ ଭାବେ ନିୟମିତ ପରିବେଷଣ କରି ଲୋକଲୋଚନକୁ ଆଣୁଥିବା ଫଳରେ ସରକାର ଆକ୍ରୋଶମୂଳକ ଭାବେ କୌଣସି ସୁଯୋଗ ନ ଦେଇ ତାଙ୍କ ବିରୋଧରେ ହୋଇଥିବା ଏକ ଅଭିଯୋଗର ସଠିକ ତଦନ୍ତ ନ କରି ଅନ୍ୟାୟ ଭାବେ ତାଙ୍କୁ ପୋଲିସ ଗିରଫ କରିଥିବା ସାମ୍ବାଦିକମାନେ ଅଭିଯୋଗ କରି ତିବ୍ର ପ୍ରତିବାଦ କରିଥିଲେ। ଅର୍ଦ୍ଧେନ୍ଦୁ ଦାସ ସର୍ବଦା ରାଜ୍ୟର ଓ ସାମ୍ବାଦିକ ମାନଙ୍କ ସୁରକ୍ଷା ଓ ସ୍ଵାର୍ଥରକ୍ଷା ଲାଗି ଉଦ୍ୟମ କରି ଆସୁଥିଲେ ବୋଲି କହିଛନ୍ତି ପ୍ରେସ କ୍ଲବ ସଭାପତି ସୁନୀଲ ପଟ୍ଟନାୟକ । ସେହିପରି ଫୁଲବାଣୀ ପୌରାଧ୍ଯକ୍ଷା ପ୍ରକାଶିତ ଦୈନିକ ଭାସ୍କର ଖବର କାଗଜରେ ପ୍ରକାଶିତ ଏକ ଖବରରେ ପ୍ରତିକ୍ରିୟା ପ୍ରକାଶ କରି ଟାଉନ ଥାନାରେ ଏତେଲା ଦେବା ଘଟଣାକୁ ମଧ୍ୟ ସଦସ୍ୟ ମାନେ ନିନ୍ଦା କରିଥିଲେ । ଏଭଳି ଆଚରଣ ଗଣତନ୍ତ୍ର ପ୍ରତି ଭବିଷ୍ୟତରେ ବିପଦ ସୃଷ୍ଟି କରିବ ବୋଲି କହିବା ସହ ସତ ଖବର ଆଉ ଲୋକ ଲୋଚନକୁ ଆସିବନି ବୋଲି ସଭାପତି କହିଥିଲେ ।ଶେଷରେ ପ୍ରେସ କ୍ଲବ ସହ ସମ୍ପାଦକ ରମେଶ ଚନ୍ଦ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ l

nis-ad
Leave A Reply

Your email address will not be published.