ଜେସିବି ଉପରେ ଖେଳୁଥିବା ସମୟରେ ବିଜୁଳି ତାର ପଡ଼ି ଅଘଟଣ ୨ ଗୁରୁତର ଜଣେ ମୃତ…

ମାଲକାନଗିରି : ମାଲକାନଗିରି ଜିଲ୍ଳା ଖଇରପୁଟ ଗ୍ରାମର ଟିଲୁ ସାହିରେ ଘଟିଛି ଏକ ଅଘଟଣ l ଟିଲୁସାହି ନିବାସୀ ନରେନ୍ଦ୍ର ରାଜୁ ଗତ ୨ ମାସ ପୂର୍ବେ ମାଛ ଚାଷ ପାଇଁ ଏକ ପୋଖରୀ ଖନନ କରିଥିଲେ l ଖନନ କାର୍ଯ୍ୟରେ ବ୍ୟବହୃତ ଜେସିବିଟି ଦୀର୍ଘ ଦିନ ହେଲା ସାହିରେ ପଡିରହିଥିଲା l ଗତକାଲି ସକାଳେ ବର୍ଷା ହୋଇ ଛାଡିଯିବା ପରେ ସାହିର ତିନି ଜଣ ନାବାଳକ ଜେସିବି ଉପରେ ଖେଳରେ ମାତିଥିଲେ l ହଠାତ ଜେସିବି ଉପରେ ପ୍ରବାହିତ ବିଦୂତ ତାର ଛିଣ୍ଡି ପଡିବାରୁ ବିଜୁଳି ସଂପର୍ଶରେ ଆସି ତିନି ଶିଶୁ ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ତଳକୁ ଛିଟିକି ପଡ଼ିଥିଲେ l ନିକଟରେ ଛେଳି ଚରାଉଥିବା ଝିଅଟି ପିଲାଙ୍କ ଗୁରୁତର ଅବସ୍ଥା ଦେଖି ଭୟରେ ଦୌଡ଼ି ଗାଁ ଲୋକଙ୍କୁ ଖବର ଦେଇଥିଲା l ଗ୍ରାମବାସୀ ମାନେ ଘଟଣା ସ୍ଥଳରେ ପହଁଚି ଅଗ୍ନିଶମ ବିଭାଗ ସହାୟତାରେ ତିନି ଶିଶୁଙ୍କୁ ଉଦ୍ଧାର କରି ଖଇରପୁଟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ l ସେଠାରେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତିନି ଗୁରୁତର ଶିଶୁଙ୍କୁ ଅଧିକ ଚିକିତ୍ସା ନିମନ୍ତେ କୋରାପୁଟ ପଠାଇଥିଲେ l ଖବର ଅନୁଯାୟୀ ରାତି ୨ ଟା ସମୟରେ ତିନି ଶିଶୁ ମଧ୍ୟରୁ ଜଣେ ଶିଶୁ ମୃତ୍ୟୁ ବରଣ କରିଥିଲା l ବର୍ତମାନ ଅନ୍ୟ ୨ ଶିଶୁଙ୍କ ଅବସ୍ଥା ଗୁରୁତର ଥିବା ବେଳେ ସେମାନେ ମୃତ୍ୟୁସହ ସଂଗ୍ରାମ କରୁଛନ୍ତି l ଏ ବାବଦରେ ସ୍ଥାନୀୟ ବାସିନ୍ଦା ଚିକିତ୍ସାରେ ସହାୟତା ପାଇଁ ଜେସିବି ମାଲିକ ଓ ବିଦୂତ ବିଭାଗର ଅଧିକାରୀଙ୍କ ସହ ଯୋଗାଯୋଗ କରିବାରୁ ସେମାନେ ସାହାଯ୍ୟ କରିବା ବଦଳରେ ନାଲିଆଖି ଦେଖାଇ ସାହାଯ୍ୟ କରିବାକୁ ମନା କରିଦେଇଥିଲେ l ଏହି ତିନି ନାବାଳକ ଶିଶୁମାନେ ହେଲେ ଦଶରଥ ଭୂମିଆ୧୫ ବର୍ଷ, ହରି ମୁଦୁଲି ୧୩ବର୍ଷ ଏବଂ ମୃତ ନାବାଳକ ଗୋକୁଳ ପାତ୍ର ୧୪ବର୍ଷ l ବର୍ତମାନ ଏହି ଘଟଣା ପାଇଁ କିଏ ଦାୟୀ ତାକୁ ଦଣ୍ଡବିଧାନ ଦେବା ସହ ଉକ୍ତ ପରିବାର ଗୁଡ଼ିକ କିଭଳି ସରକାରି ସହାୟତା ପାଇଁ ପାଇବେ ତାହା ଅଞ୍ଚଳ ବାସୀଙ୍କ ତରଫରୁ ଦାବି ହେଉଛି ।

nis-ad
Leave A Reply

Your email address will not be published.