ବ୍ଲକ କଳା ସଂସ୍କୃତି ସଂଘର ଉପ ସଭାପତିଙ୍କ ପିତୃ ବିୟୋଗ

ବାଲିଗୁଡା : କନ୍ଧମାଳ ଜ଼ିଲ୍ଲା ଖଜୁରୀପଡା ବ୍ଲକ କଳା ସଂସ୍କୃତି ସଂଘ ର ଉପ ସଭାପତି ସରୋଜ କୁମାର ସାହୁ ଙ୍କ ପିତା ଚିନ୍ତାମଣି ସାହୁ ଶୁକ୍ରବାର ଅପରାହ୍ନ ରେ ଖଲିବେରଣାସ୍ଥିତ ବାସଭବନ ରେ ବିୟୋଗ ଘଟିଛି l ଖବର ପରେ ସମଗ୍ର ଖଜୁରୀପଡା ବ୍ଲକ ଅଂଚଳ ରେ ଶୋକର ଛାୟା ଖେଳିଯାଇଛି ମୃତ୍ୟୁ ବେଳଙ୍କୁ ତାଙ୍କୁ ୯୨ ବର୍ଷ ହୋଇଥିଲା l ସେ ଜଣେ ସଂକୀର୍ତ୍ତନ ମଣ୍ଡଳୀର ଗାୟକ ଏବଂ ଅମାୟିକ ଧର୍ମପରାୟଣ ବ୍ୟକ୍ତିତ୍ବ ଥିଲେ l ମୃତ୍ୟୁ ଶଯ୍ୟା ନିକଟରେ ପୁଅ ଏବଂ ପୁତ୍ରବଧୂ ଉପସ୍ଥିତ ଥିଲେ l ପରଲୋକ ଖବର ଶୁଣି ଜ଼ିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠୀ ଜ଼ିଲ୍ଲା କଳା ସଂସ୍କୃତି ସଂଘର ଉପ ସଭାପତି ଅକ୍ଷୟ କର୍ଣ୍ଣ ସମେତ ୧୨ ଗୋଟି ବ୍ଲକର ଉପ ସଭାପତି ମାନେ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି l

nis-ad
Leave A Reply

Your email address will not be published.