ଚିତ୍ରକୋଣ୍ଡାରେ ରଥଯାତ୍ରା ମହାଡମ୍ବରରେ ସମ୍ପନ୍ନ

ଚିତ୍ରକୋଣ୍ଡା(୧/୭) : ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଚିତ୍ରକୋଣ୍ଡା ବାଲାଜୀ ମନ୍ଦିର ଏବଂ ସ୍ପିଲବାଇ ଗ୍ରାମ ଜଗନ୍ନାଥ ମନ୍ଦିରଠାରେ ରଥଯାତ୍ରା ମହାଆଡମ୍ବରରେ ପାଳିତ ହୋଇଯାଇଛି । ଉଭୟ ମନ୍ଦିର ର ପୂଜକ ସକାଳୁ ତିନି ଠାକୁରଙ୍କ ସମସ୍ତ ନିତିକାନ୍ତି ସମ୍ପର୍ଣ୍ଣ କରିବା ପରେ, ଦିନ ତିନି ଟା ବେଳେ ବାଲାଜୀ ମନ୍ଦିର ଏବଂ ଜଗନ୍ନାଥ ମନ୍ଦିର ର ସଭାପତି ଦ୍ୱୟ ଛେରା ପହଁରା କରିଥିଲେ ଓ ଏହାପରେ ଗୋଟିପହଁଣ୍ଡି ରେ ତିନି ଠାକୁର ରଥ ଉପରେ ବିରାଜମାନ ହୋଇଥିଲେ ।

ତିନି ଠାକୁରଙ୍କୁ ସୁସଜ୍ଜିତ ବେସରେ ରଥାରୂଢ ହେବାପରେ ,ଢାଉକ ମାନଙ୍କ ଉଦଘୋଷଣ ପରେ ଭକ୍ତ ମାନେ ମହାଉଲ୍ଲାସରେ ରଥ ଟାଣିଥିଲେ ଯେଉଁଥିରେ ଆଖପାଖ ଅଞ୍ଚଳର ପାଖାପାଖି ତିନି ହଜାର ରୁ ଉର୍ଦ୍ଧ୍ବ ଭକ୍ତ ସମାଗମ ଦେଖିବାକୁ ମିଳିଥିଲା । ଖୋଳ ,ତାଳ ,ଘଣ୍ଟ ,ମର୍ଦ୍ଦଳ ରେ ଯେମିତି ଚତୁର୍ଦିଗ ପ୍ରକମ୍ପିତ ହୋଇଉଠୁଥିଲା । ପ୍ରବଳ ଜନସମାଗମ କୁ ଆଖିରେ ରଖି ଚିତ୍ରକୋଣ୍ଡା ସହର ତଥା ସ୍ପିଲବାଇ ଜଗନ୍ନାଥ ମନ୍ଦିର ଓ ଲଞ୍ଚ ଘାଟରେ ସମସ୍ତ ସେ୍ଛାସେବୀ ,ସ୍ଥାନୀୟ ପ୍ରଶାସନ ଓ ପୋଲିସ ପ୍ରଶାସନ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।ସ୍ଥାନୀୟ ଥାନା ଅଧିକାରୀ ଙ୍କ ପ୍ରତ୍ୟକ୍ଷ ତତ୍ୱ।ବଧାନରେ ଚିତ୍ରକୋଣ୍ଡା ବାଲାଜୀ ମନ୍ଦିର ଏବଂ ସ୍ପିଲବାଇ ଜଗନ୍ନାଥ ମନ୍ଦିର ରେ ରଥଯାତ୍ରା କୁ ସୁରୁଖୁରୁରେ ଓ ଶାନ୍ତି ଶୃଙ୍ଖଳା ରେ ସମ୍ପର୍ଣ୍ଣ କରାଇଥିବାରୁ ଉଭୟ ମନ୍ଦିର ସଭାପତି ଦ୍ୱୟ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

nis-ad
Leave A Reply

Your email address will not be published.