ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା କାର୍ଯ୍ୟର ଭୂମି ପୂଜନ

ପର୍ତ୍ତମାହା ଠାରୁ କାଡ଼ିପାଙ୍ଗା ଅଟକଳ ମୂଲ୍ୟ ୮.୧୦ କୋଟି ବିନିମୟରେ ୭. ୯୦୦ କିଲୋମିଟର ରାସ୍ତା ନିର୍ମାଣ

ଦାରିଙ୍ଗବାଡ଼ି , ୧/୭, ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ପର୍ତ୍ତମାହା ଠାରେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା କାର୍ଯ୍ୟର ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଆର୍ ଡ଼ି ବିଭାଗ ଏସଡ଼ିଓ ମନମନ୍ଥ ସୁବୁଦ୍ଧିଙ୍କ ସମେତ ବିଧାୟକ ପ୍ରତିନିଧି ଦିପକ କୁମାର ସାହୁ, କନିଷ୍ଠ ଯନ୍ତ୍ରୀ ସଚ୍ଚିଦାନନ୍ଦ ସେନାପତି, ତ୍ରିଶକ୍ତି କନଷ୍ଟ୍ରାକ୍ସନ ର ରୂପକ କୁମାର ସାହୁ ଏବଂ ରବି ସୁବୁଦ୍ଧି ପ୍ରମୁଖ ଉପସ୍ଥିତ ରହି ଭୂମି ପୂଜନ କାର୍ଯ୍ୟକ୍ରମ କରିଥିଲେ। ଏଥିରେ ପର୍ତ୍ତମାହା ଠାରୁ କାଡ଼ିପାଙ୍ଗା ୭.୯୦୦ କିଲୋମିଟର ରାସ୍ତାକୁ ଅଟକଳ ମୂଲ୍ୟ ୮.୧୦ କୋଟି ବିନିମୟରେ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହେଉଛି । ଏହି ରାସ୍ତା ହଜାର ହଜାର ଲୋକଙ୍କ ପାଇଁ ସୁବିଧା ଏବଂ ସମ୍ଭାବନାର ଏକ ରାସ୍ତା ହେବାକୁ ଯାଉଛି । ଅନେକ ଦିନ ଧରି ଦାବି ରହିଥିବା ରାସ୍ତା କାର୍ଯ୍ୟର ପୂରଣ ହେବା ଆରମ୍ଭ ହୋଇଯାଇଛି ଫଳରେ ଅଞ୍ଚଳବାସୀଙ୍କ ମନରେ ଖୁସିର ମାହଲ ସୃଷ୍ଟି ହୋଇଥିବା ଦେଖାଯାଇଛି।

nis-ad
Leave A Reply

Your email address will not be published.