ହିଞ୍ଜିଳିକାଟୁରେ ରଥଯାତ୍ରା ପାଳନ

ହିଞ୍ଜିଳିକାଟୁ (୧।୭) : ହିଞ୍ଜିଳିକାଟୁ ପୌରପରିଷଦ ବଇଁଚବଣିଆ ସ୍ଥିତ ପାବନ ଶ୍ରୀକ୍ଷେତ୍ରରେ ୧୮ ତମ ଓ ରଙ୍ଗୁଣି ସାହି ସହ ପାଟଣା ସାହିରେ ରଥଯାତ୍ରା ମହାଆଡମ୍ଵର ସହକାରେ ପାଳନ ହୋଇଯାଇଅଛି। କରୋଣା ମହାମାରୀ ଯୋଗୁଁ ଗତ ଦୁଇ ବର୍ଷ ମନ୍ଦିର ପରିସରରେ ବିଧିପୂର୍ବକ ପାଳନ ହୋଇଥିଲା। କରୋଣା ମହାମାରୀ ଟିକିଏ କମିଵା ପରେ ଚଳିତ ବର୍ଷ ପ୍ରସାଶନର ଅନୁମତି କ୍ରମେ ରଥଯାତ୍ରା ପାଳନ ହୋଈଛି। ଦୁଇ ବର୍ଷ ପରେ ଭକ୍ତଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି ହୋଇଛି। ଭକ୍ତ ଓ ଭଗବାନ ଙ୍କ ମିଳନ ହୋଇ ଘୋଷଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଶୁକ୍ରବାର ଭୋର ୪ ଘଣ୍ଟା ସମୟରେ ମଙ୍ଗଳ ଆଳତି ଓ ଅବକାଶ ନୀତି ପରେ ସୂର୍ଯ୍ୟ ପୂଜା, ରୋଷ଼ହୋମ,ମଙ୍ଗଳାର୍ପଣ ପରେ ରଥ ପ୍ରତିଷ୍ଠା ହୋଇଥିଲା। ମଧ୍ୟାହ୍ନ ପରେ ତିନି ଠାକୁରଙ୍କୁ ପହଣ୍ଡି କରାଯାଇ ରଥାରୂଢ କରାଯାଇଥିଲା। ପାରମ୍ପାରିକ ରିତୀରେ ମନ୍ଦିର ସେବାଧିପତୀ ସେବକ ଜଗନ୍ନାଥ ସାହୁ ପଟ୍ଟୁଆର ସହ ଆସି ତିନି ଠାକୁରଙ୍କୁ ପୂଜାର୍ଚ୍ଚନା କରିବା ସହ ଆଳତି ସମର୍ପଣ କରି ସୁନା ଖଡିକାରେ ଛେରା ପହଁରା ନୀତି କରିଥିଲେ। ଅପରାହ୍ଣ ୪ରେ ରଥଟଣା ଆରମ୍ଭ ହୋଇଥିଲା। ରଥ ଉପରେ ମନ୍ଦିରର ମୁଖ୍ୟ ପୂଜକ କୃଷ୍ଣଚନ୍ଦ୍ର ପଣ୍ଡା ଙ୍କ ସହ ସେବକ କମିଟି ରହିଥିଲେ। ହିଞ୍ଜିଳିକାଟୁ ତହସିଲଦାର ପ୍ରଭାତ କୁମାର ପରିଡ଼ା ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସ, ହିଞ୍ଜିଳିକାଟୁ ପୌରପରିଷଦ ଅଧ୍ୟକ୍ଷ ସୁବାସ ପଲେଇ ଓ ହିଞ୍ଜିଳିକାଟୁ ପୌରପରିଷଦ ନିର୍ବାହୀ ଅଧିକାରୀ ଡ଼ଃ ମନୋରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ରହି ରଥଟଣା ଯାତ୍ରା ଆରମ୍ଭ କରିଥିଲେ।

ଭିଡ କୁଦେଖି ଶାନ୍ତି ଶୃଙ୍ଖଳା ପରିସ୍ଥିତିକୁ ମୁକାବିଲା ପାଇଁ ପୋଲିସ ବାହିନୀ ସହ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ସହଯୋଗ କରିଥିଲେ। ବିଦ୍ବୁତ ବିଭାଗ ଅଧିକାରୀ, ଅଗ୍ନିଶମ ବିଭାଗର ଅଧିକାରୀ ଗୌତମ ସାହୁ, ମନ୍ଦିର ପ୍ରଶାସକ, ଶିବରାମ ପଟ୍ଟନାୟକ, ହରିହର ପଣ୍ଡା, ମନମୋହନ ଦାସ, ଶୁଦର୍ସନ ପାଣିଗ୍ରାହୀ, ଟୁଟୁ ମୁନି,କୋରାମଣି ରାଉଳ, ପ୍ୟାରିମୋହନ ପାଢି, ଲିଟୁ ପାଢି, ଜଗନ୍ନାଥ ସାହୁ, ରଥଯାତ୍ରା କମିଟି, ଗୁଣ୍ଡିଚା ମନ୍ଦିର କମିଟୀ ,ପୌରପାଳିକା କର୍ମଚାରୀ, ଜନସ୍ବାସ୍ଥ୍ୟ ବିଭାଗ କର୍ମଚାରୀ, ଓ ଵହୁ ସ୍ବେଛାସେବୀ ସଂଗଠନ ଉପସ୍ଥିତ ରହି ରଥଟଣା କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ସଂନ୍ଧ୍ଯାରେ ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ପାଟଣା ସାହି ଲକ୍ଷ୍ମୀ ନୃସିଂହ ମନ୍ଦିର ମଧ୍ୟରେ ଥିବା ଜଗନ୍ନାଥ ମହାପ୍ରଭୁ ଙ୍କୁ ମନ୍ଦିର ପୁଜକ ଶରତ ଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା। ସେହିପରି ହିଞ୍ଜିଳିକାଟୁ ପୌରପରିଷଦ ରଜାସାହି ରେ ଥିବା ଲକ୍ଷ୍ମୀ ନୃସିଂହ ମନ୍ଦିର ପରିଷରରେ ଥିବା ଶ୍ରୀ ଜଗନ୍ନାଥ ମହାପ୍ରଭୁ ଙ୍କୂ ପହଣ୍ଡି କରାଯାଇ ରଥାରୂଢ କରାଯାଇଥିଲା।ହିଞ୍ଜିଳିକାଟୁ ବଜାର ଦୁର୍ଗା ମଣ୍ଡପ ଆଗରେ ବ୍ୟବସାୟୀ ଅଳୁଷ୍ଠାନ ପକ୍ଷରୁ ନବାତପଣା ବଣ୍ଟା ଯାଇଥିଲା। ହିଞ୍ଜିଳିକାଟୁ ରଜାସାହି ରେ ରାଜବାଟିର ଯୁବରାଜ ଲଲାଟେନ୍ଦୁ କେଶରୀ ଭଞ୍ଜଦେଓ ଛେରା ପହଁରା କରିଥିଲେ। ସେହିପରି ହିଞ୍ଜିଳିକାଟୁ ଵ୍ଳକ ସାରୁ ଗ୍ରାମ,ବୁରୁପଡା ଗ୍ରାମ,କଞ୍ଚୁରୁ ଗ୍ରାମ ଅଲାରିଗଡ ଗ୍ରାମରେ ସନ୍ତୋଷ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରଥଯାତ୍ରାରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଛେରାପହଁରା କାର୍ଯ୍ୟ ସମ୍ପାଦନ କରିଥିଲେ ଏଥି ସହ ବିଭିନ୍ନ ଗ୍ରାମାଞ୍ଚଳ ମାନଙ୍କରେ ଥିବା ଜଗନ୍ନାଥ ମନ୍ଦିରଗୁଡିକରେ ରଥଯାତ୍ରା ମହାଆଡମ୍ଵର ସହକାରେ ପାଳନ ହୋଇଛି।

nis-ad
Leave A Reply

Your email address will not be published.