ଗୀତା ମନ୍ଦିରପ୍ରତିଷ୍ଠା ଉତ୍ସବ ଚୁଡାନ୍ତପର୍ଯ୍ୟାୟରେ

ହିଞ୍ଜିଳିକାଟୁ (୧/୭) : ହିଞ୍ଜିଳିକାଟୁ ପୌରାଚଂଳର ବଇଁଚବଣିଆ ସ୍ଥିତ ଗୀତା ମନ୍ଦିର ସାହିରେ ଥିବା ଗୀତା ଭବନ ପରିସରରେ ଥିବା ରାଧାକୃଷ୍କ ପ୍ରାସାଦ ଜୀର୍ଣୋଦ୍ଧାର ଶ୍ରୀରାମଦୂତ ହନୁମାନ ଓ ସାଇନାଥଙ୍କ ମନ୍ଦିର ପ୍ରତିଷ୍ଠା ନିମନ୍ତେ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ନିକଟରେ ଆଙ୍କୋରଡା ପଟ୍ଟନାୟକ କଲୋନୀ ବ ଇଂଚବଣିଆ ଛକ ଠାରୁ ଆଙ୍କୋରଡା ସଂଯୋଗ ରାସ୍ତା କୁ ଆଲୋକମାଳାରେ ସୁସଜ୍ଜିତ କରାଯିବା ସହିତ ଗ୍ରାମର ମୁଖ୍ୟ ରାସ୍ତାରେ ଆଲୋକମାଳାରେ ସୁସଜ୍ଜିତ କରାଯାଇଛି। ସେହିପରି ଅଞ୍ଚଳର ବିଭିନ୍ନ ଗ୍ରାମରୁ ଶ୍ରଦ୍ଧାଳୁମାନେ ଏହି ପ୍ରତିଷ୍ଠା ଉତ୍ସବରେ ପଣ୍ଡିତ ଶ୍ରୀ ସଙ୍କର୍ଷଣ ପାଠୀ (ନନ୍ଦିକ) ଓ ପଣ୍ଡିତ ଶ୍ରୀ ଦିପ୍ତିରଞ୍ଜନ ମହାପାତ୍ର (ମାରୁଡି ଜଗନ୍ନାଥ ଶାସନ )ପୁରୋହିତ ରେ ମହାଆଡମ୍ଵର ସହକାରେ ପ୍ରତିଷ୍ଠା ଉତ୍ସବ ହେବ ବୋଲି ମନ୍ଦିର ପରିଚାଳନା କମିଟି ପକ୍ଷରୁ ସୁଚନା ଦିଆଯାଇଛି। କାର୍ଯ୍ୟସୂଚୀ ଅନୁଯାୟୀ ୨।୭ରିଖ ଶନିବାର ପ୍ରାତଃ ଶ୍ରଦ୍ଧାଳୁ ଗାଁ ମହିଳାଙ୍କ ଦ୍ବାରା କଳସ ଯାତ୍ରା, ଅଙ୍କୁରାରୋପଣ ଓ ଦୀକ୍ଷା ଗ୍ରହଣ ଆରମ୍ଭ ହେବାକୁ ଥିବା ବେଳେ ୩।୭ତାରିଖ ରବିବାର ଵନଯାଗ, ରତ୍ନମୁଦ,ମଣ୍ଡଳକରଣ ଓ ନାମଯଜ୍ଞ ହେବ ୪।୭ ତାରିଖ ସୋମବାର ରେ କର୍ମାରମ୍ଭ, ଶାଲାସଂସ୍କାର,ଅଗ୍ନିସ୍ଥାପନ,ଧାନ୍ୟାଧିବାସ ୫।୭ତାରିଖ ମଙ୍ଗଳବାରରେ ଦେବତାଧିବାସ, ମହାସ୍ନାନ,ରାତ୍ରଜିଵନ୍ୟାସ କରାଯିବ, ୬।୭ ତାରିଖ ଵୁଧବାର ରେ ନଗର ପରିକ୍ରମା, ସୀଂହାସନ ଆରୋହଣ,ଧ୍ଵଜଭ୍ରମଣ ମନ୍ଦିର ପ୍ରତିଷ୍ଠା ଉତ୍ସବ ଓ ଯଜ୍ଞ ପୂର୍ଣାହୁତି ଦିଆଯିବା ସହ ପ୍ରସାଦ ସେବନ କାର୍ଯ୍ୟକ୍ରମ ସମ୍ପନ୍ନ ହେବ ବୋଲି ଜଣା ପଡ଼ିଛି। ପ୍ରତିଷ୍ଠା ଉତ୍ସବରେ କର୍ତାଭାବେ ଶ୍ରୀରାମ ନଗରର ବିଶ୍ବନାଥ ସାହୁ ରହିଵେ ବୋଲି ମନ୍ଦିର କମିଟି ପକ୍ଷରୁ ସୁଚନା ଦେଇଛନ୍ତି। ଆଜି ଚାଲିଥିବା ମନ୍ଦିରର ଯଜ୍ଞସ୍ଥଳ ପ୍ରସ୍ତୁତି କାର୍ଯ୍ୟ ସହ ଯାତ୍ରା ପଡ଼ିଆରେ ହେବାକୁ ଥିବା ପ୍ରସାଦ ସେବନ ସ୍ଥାନ ଓ ନାମ ସଂକୀର୍ତ୍ତନ ନିମନ୍ତେ ପ୍ରସ୍ତୁତ ହୋଇଥିବା ସ୍ଥାନ ଗୁଡିକରେ ଚାନ୍ଦୁଆ ବନ୍ଧା ଯିବା ସହ ସଂକୀର୍ତ୍ତନ ମଣ୍ଡଳୀ ରହିବା ବ୍ୟବସ୍ଥା ଆଦି କାର୍ଯ୍ୟ ସହ ଯାତ୍ରା ନିମନ୍ତେ ଗୀତାଭଵନ ପାଖ ପଡିଆରେ ରାମଦୋଳି, ପିଲାଙ୍କ ନିମନ୍ତେ ଟ୍ରେନ ଟୟ ଵିଭିନ୍ନ ଦୋକାନ ବଜାର ଖୋଲିବା ନେଇ ଗୀତା ମନ୍ଦିର ସମ୍ପାଦକପ୍ରଦିପପଟ୍ଟନାୟକ ସୂଚନା, ପ୍ରଦାନ କରିଛନ୍ତି। କାର୍ଯ୍ୟ କ୍ରମକୁ ପ୍ୟାରୀମୋହନ ପାଢି,କିରଣ କୁମାର ପଟ୍ଟନାୟକ,ରଵି ପଟ୍ଟନାୟକ,ଵୁଢା ପଟ୍ଟନାୟକ,ସନ୍ତୋଷପାଣିଗ୍ରାହୀ,ପ୍ରଦ୍ବୁନ୍ମ ମହାପାତ୍ର,ରାଜେନ୍ଦ୍ର ପାଢି,ସୁବାସ ସାହୁ,ରାମକୃଷ୍ଟ ସାହୁ,ଓ ଗୀତା ମନ୍ଦିର ସଂଙ୍କିର୍ତନଦଳସହଆଙ୍କୋରଡା,ପଟ୍ଟନାୟକ କଲୋନି , ଶ୍ରୀରାମ ନଗର ସାହି ବାସିନ୍ଦା ଓ ଗୀତାମନ୍ଦିର ସାହି ବାସିନ୍ଦା ଙ୍କ ସମେତ ଶତାଧିକ ଶ୍ରଦ୍ଧାଳୁ ଉପସ୍ଥିତ ରହି ତଦାରଖ କରୁଥିଲେ ।

nis-ad
Leave A Reply

Your email address will not be published.