ବନ ମହୋତ୍ସବ ସପ୍ତାହରେ ବ୍ରହ୍ମପୁର ସବୁଜ ବାହିନୀ ସଙ୍ଗଠନ ତରଫରୁ “ବୃକ୍ଷ ହିଁ ଜୀବନ” କାର୍ଯ୍ୟକ୍ରମ ଅନୁଷ୍ଠିତ

ଵ୍ରହ୍ମପୁର : ଜୁଲାଇ ମାସର ପ୍ରଥମ ସପ୍ତାହକୁ ବନ ମହୋତ୍ସବ ସପ୍ତାହ ରୂପେ ସାରା ଦେଶରେ ପାଳିତ ହେଇ ଆସୁଅଛି । ଏହି ଅବସର ରେ ସ୍ୱାମୀ ବିବେକାନନ୍ଦ ବିଦ୍ୟା ମନ୍ଦିର ଓ ଵ୍ରହ୍ମପୁର ସବୁଜ ବାହିନୀ ପକ୍ଷରୁ ବନ ମହୋତ୍ସବର ପ୍ରଥମ ଦିନ ପାଳନ କରାଗଲା ।
ହରଡ଼ାଖଣ୍ଡି ନିକଟସ୍ଥ ସ୍ବାମୀ ବିବେକାନନ୍ଦ ବିଦ୍ୟାଳୟ ଖେଳ ପଡିଆ ଠାରେ ମିଳିତ ଉଦ୍ଯମରୁ “ବୃକ୍ଷ ବିହୁନେ ମାଟି କ୍ଷୟ ବନ୍ୟ ମରୁଡ଼ି ବିପଯୟ” ଓ “ପିଲା ଟିଏ ଗଛ ଟିଏ” ସ୍ଲୋଗାନର ତାଳେତାଳେ ସଙ୍ଗଠନର ସଦସ୍ୟମାନେ ଓ ବିଦ୍ୟାଳୟର କୁନି କୁନି ଛାତ୍ରାତ୍ରୀମାନଙ୍କୁ ନେଇ ବିଭିନ୍ନ ପ୍ରକାରର ୫୦ ଟି ଫଳନ୍ତି ବୃକ୍ଷ (ଆମ୍ବ, ପଣସ, ପିଜୁଳି, ନିମ୍ବ, ଜାମକଳି, ସୀତାଫଳ, ବାଦମ୍, ବଊଳ, ନର କଳି,)ରୋପଣ କରାଯିବା ସହ ବୃକ୍ଷ ରୋପଣର ଆବଶ୍ୟକତା ଓ ବୃକ୍ଷ ରୋପଣର ମହାନତା ବିଷୟରେ ସଚେତନତାର ବାର୍ତ୍ତା ଦେଇ ଥିଲେ ସଙ୍ଗଠନ ର ସଭାପତି ଶିବରାମ ପାଣିଗ୍ରାହୀ ଏବଂ ଆଗାମୀ ଦିନରେ କେମିତି ଅଧିକରୁ ଅଧିକ ବୃକ୍ଷରୋପଣ କରାଯିବା ସହ ବୃକ୍ଷମାନଙ୍କୁ ସୁରକ୍ଷା ଦେବା ଓ ସହରକୁ ସବୁଜ ସୁନ୍ଦର ପରିବେଶ କରି ଗଢ଼ି ତୋଳିବା ପାଇଁ ଛାତ୍ରଛାତ୍ରୀଙ୍କୁ ଆହ୍ବାନ ଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ବିଦ୍ୟାଳୟ ପ୍ରଧାନ ଗୁରୁଜୀ ମିହିର କୁମାର ତ୍ରିପାଠୀ, ଏ.ପ୍ରଶାନ୍ତ ସେନାପତି, ସୁଧୀର ସାତୁଆ ଏବଂ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ସେହିଭଳି ଵ୍ରହ୍ମପୁର ସବୁଜ ବାହିନୀର ସମ୍ପାଦକ ପ୍ରସନ୍ନ କୁମାର ସ୍ବାଇଁ, ଏ ପ୍ରକାଶ, ପି ବିନୋଦ, ଗଣେଶ ପାଣିଗ୍ରାହୀ, ପ୍ରବୀଣ ନାୟକ, ଦୀପକ କୁମାର ପାତ୍ର ପ୍ରଭୃତି ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

nis-ad
Leave A Reply

Your email address will not be published.