ଭୁବନେଶ୍ୱର-ଦୁବାଇ ସିଧା ବିମାନ ସେବା ଖୁବ୍‌ଶୀଘ୍ର

ଭୁବନେଶ୍ୱର: ଖୁବ୍‌ଶୀଘ୍ର ଦୁବାଇରୁ ଭୁବନେଶ୍ୱରକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବ । ବୁଧବାର ସନ୍ଧ୍ୟାରେ ଦୁବାଇରେ ପ୍ରବାସୀ ଓଡ଼ିଆଙ୍କ ସମ୍ମିଳନୀରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି । ୫-ଟି ସଚିବ ଭି.କେ ପାଣ୍ଡିୟାନ କହିଲେ ଦୁବାଇରୁ ସିଧାସଳଖ ବିମାନ ସେବା ପାଇଁ ୧୦୦ କୋଟି ଟଙ୍କା ଆବଶ୍ୟକ ପଡ଼ୁଛି । ଏହା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ମଂଜୁର କରିଛନ୍ତି । ତେଣୁ ଖୁବ୍‌ଶୀଘ୍ର ଏହି ବିମାନ ସେବା ଆରମ୍ଭ ହେବ ।

ଏହି ସମ୍ମିଳନୀରେ ୟୁଏଇ, ବାହାରିନ୍‌, ଓମାନ ଓ ପାଖ ଦେଶର ୫୦୦ ପ୍ରବାସୀ ଓଡ଼ିଆ ଯୋଗ ଦେଇଥିଲେ । ଆରବ ଦେଶରେ ରହୁଥିବା ଓଡ଼ିଆମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ବାହାରିନ୍‌ ଓଡ଼ିଆ ସମାଜ, ଆବୁଧାବି ଓଡ଼ିଆ ସମାଜ, ଓମାନ ଓଡ଼ିଆ ସମାଜର ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ । ପୂର୍ବାହ୍ନରେ ନବୀନ ନିବେଶକ ସମ୍ମିଳନୀରେ ଯୋଗ ଦେଇଥିଲେ । ଆସନ୍ତାକାଲି ନବୀନ ବିଦେଶ ଗସ୍ତ ଶେଷ କରି ଓଡ଼ିଶା ଫେରିବେ ।

nis-ad
Leave A Reply

Your email address will not be published.