ଭୁବନେଶ୍ବରରୁ ଅପହରଣ ଶିଶୁ ରାଇରଙ୍ଗପୁରରୁ ଉଦ୍ଧାର

ଭୁବନେଶ୍ବର: ଭୁବନେଶ୍ବରରୁ ଅପହରଣ ରାଇରଙ୍ଗପୁର ବହଳଦାରୁ ଉଦ୍ଧାର । ସାଲିଆ ସାହି ନିବାସ ନଗରରେ ରହୁଥିବା ଜଣେ ବିଧବା ଓ ମାନସିକ ଭିନ୍ନକ୍ଷମଙ୍କ ମହିଳାଙ୍କ ତିନି ବର୍ଷର ଶିଶୁ ପୁତ୍ରକୁ ବହଳଦା ବସଷ୍ଟାଣ୍ଡରୁ ଉଦ୍ଧାର କରିଛି ନୟାପଲ୍ଲୀ ଥାନା ପୋଲିସ । ଅପହରଣ ଅଭିଯୋଗରେ ସାଲିଆ ସାହିରେ ଭଡ଼ାରେ ରହୁଥିବା ସ୍ଵାମୀ-ସ୍ତ୍ରୀଙ୍କୁ ଗିରଫ କରି ଭୁବନେଶ୍ବର ଆଣୁଛି ନୟାପଲ୍ଲୀ ଥାନା ପୋଲିସ । ଦମ୍ପତ୍ତିଙ୍କର କେବଳ ଝିଅ ଥିବାରୁ ସେ ପୁଅଟିକୁ ନେଇଯାଇଥିବା ଭୁବନେଶ୍ବର ଜୋନ୍ ଏସିପି କହିଛନ୍ତି ।

ଗତ ୨୭ ତାରିଖରୁ ଶିଶୁପୁତ୍ରକୁ ଅପହରଣ କରାଯାଇଥିଲା । ଏବେ ନୟାପଲ୍ଲୀ ଥାନା ପୋଲିସ ଶିଶୁକୁ ଧରି ଭୁବନେଶ୍ବର ଫେରୁଛି । ତେବେ ଅପହରଣ କରିଥିବା ଦମ୍ପତ୍ତିଙ୍କର କୌଣସି ପୁତ୍ର ଜନ୍ମ ନହେବାରୁ ସେ ଏହିଭଳି ପଦକ୍ଷେପ ନେଇଥିବା ପୋଲିସ ଆଗରେ ସ୍ବୀକାର କରିଛନ୍ତି ।

ଗତ ଏକ ମାସ ମଧ୍ୟରେ ରାଜଧାନୀରୁ୧୧ ଜଣ ଶିଶୁ ଅପହରଣ ହୋଇଥିବା ବିଭିନ୍ନ ଥାନାରେ ଅଭିଯୋଗ ହୋଇଛି । ଏମାନଙ୍କ ମଧ୍ୟରୁ କିଛି ଅପହର୍ତ୍ତାଙ୍କୁ କମିଶନରେଟ୍ ପୋଲିସ ଉଦ୍ଧାର କରିଛି ।

nis-ad
Leave A Reply

Your email address will not be published.